ନିୟମ ଭାଙ୍ଗି ରାସ୍ତାରେ ବୁଲିଲେ : ଧରାପଡିଲେ ୩୪୪, ତଣ୍ଡ ଗଣିଲେ ୪ଲକ୍ଷ

କଟକ : ଲକ୍‍ ଡାଉନ ଏବଂ ବୁଝାସୁଝା କରିବା ସତ୍ତ୍ବେ ନିୟମ ନ ମାନି ବିନା କାରଣରେ ବାଇକ ଧରି ବୁଲିବା ନେଇ ୩୪୪ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୁଲିସ। ଚାଳକଙ୍କଠାରୁ ଜୋରିମାନା ବାବଦରେ ୪ଲକ୍ଷ ଟଙ୍କା ଆଦାୟ କରାଯାଇଥିବା କଟକ ଡିସିପି ଅଖିଳେଶ୍ୱର ସିଂହ ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ମୁତାବକ ଟ୍ରାଫିକ୍‍ ପୁଲିସ ପକ୍ଷରୁ ୧୧୩ଜଣ ନିୟମ ଉଲ୍ଲଙ୍ଘନକାରୀଙ୍କଠାରୁ ଜୋରିମାନା ବାବଦରେ ସର୍ବାଧିକ ୧ଲକ୍ଷ ୫୨ହଜାର ଟଙ୍କା ଆଦାୟ କରାଯାଇଛି। ସେହିପରି ଜାତୀୟ ରାଜପଥରେ ଟ୍ରାଫିକ୍‍ ପୁଲିସ ୧୭ଜଣକୁ ଧରିଥିବା ବେଳେ ଜୋରିମାନା ବାବଦରେ ୧୭ହଜାର ଟଙ୍କା, ଚୌଦ୍ୱାର ପୁୁଲିସ ୨୩ଜଣଙ୍କଠାରୁ ୩୦ହଜାର ୫ଶହ ଟଙ୍କା, ଜଗତପୁର ଥାନା ୮ଜଣଙ୍କଠାରୁ ୪ହଜାର ଟଙ୍କା, ଚାଉଳିଆଗଞ୍ଜ ପୁଲିସ ୧୦ଜଣଙ୍କଠାରୁ ୧୮ହଜାର ଟଙ୍କା, ମାଲଗୋଦାମ ପୁଲିସ ୨ଜଣଙ୍କଠାରୁ ୧ହଜାର ଟଙ୍କା, କ୍ୟାଣ୍ଟନମେଣ୍ଟ ପୁଲିସ ପକ୍ଷରୁ ୩ଜଣଙ୍କ ବିରୋଧରେ ମାମଲା, ମଙ୍ଗଳାବାଗ ପୁଲିସ ୧୩ଜଣଙ୍କଠାରୁ ୧୩ହଜାର ଟଙ୍କା, ମର୍କତନଗର ୨୦ଜଶଙ୍କଠାରୁ ୨୦ହଜାର ଟଙ୍କା, ମର୍କତନଗର ଫେଜ-୨ ୨୦ଜଣଙ୍କଠାରୁ ୧୦ହଜାର ଟଙ୍କା, ଲାଲବାଗ ପୁଲିସ ୨୪ଜଣଙ୍କଠାରୁ ୧୨ହଜାର ଟଙ୍କା, ଦରଘାବଜାର ପୁଲିସ ୯ଜଣଙ୍କଠାରୁ ୪ହଜାର ୫ଶହ ଟଙ୍କା, ବିଡ଼ାନାସୀ ପୁଲିସ ୯ଜଣଙ୍କଠାରୁ ୪ହଜାର ୫ଶହ ଟଙ୍କା, ସଦର ପୁଲିସ ୨୩ଜଣଙ୍କଠାରୁ ୧୧ହଜାର ୫ଶହ ଟଙ୍କା, ବାରଙ୍ଗ ପୁଲିସ ୧୦ଜଣଙ୍କଠାରୁ ୮ହଜାର ଟଙ୍କା, କନ୍ଦରପୁର ପୁଲିସ ୧୦ଜଣଙ୍କଠାରୁ ୫ହଜାର ଟଙ୍କା, ପୁରୀଘାଟ ପୁଲିସ ୧୩ଜଣଙ୍କଠାରୁ ୮ହଜାର ଟଙ୍କା, ବାଦାମବାଡ଼ି ପୁଲିସ ୮ଜଣଙ୍କଠାରୁ ୭ହଜାର ୫ଶହ ଟଙ୍କା ଓ ମଧୁପାଟଣା ପୁଲିସ ପକ୍ଷରୁ ୨୨ଜଣଙ୍କଠାରୁ ୩୪ହଜାର ଟଙ୍କା ଆଦାୟ କରାଯାଇଛି। ଅନ୍ୟପକ୍ଷରେ ଲକ୍‍ ଡାଉନ ନିୟମ ଆସନ୍ତାକାଲିଠାରୁ ଅଧିକ କଡ଼ାକଡ଼ି ପାଳନ କରିବା ପାଇଁ ସବୁ ଥାନାକୁ ନିର୍ଦେଶ ଦିଆଯାଇଛି। ଏଣିକି ନିୟମ ଉଲଂଘନକାରୀ ଗାଡ଼ି ଚାଳକଙ୍କ ଓ ଦୋକାନୀଙ୍କଠାରୁ ଜୋରିମାନା ଆଦାୟ କରାଯିବା ପରିବର୍ତ୍ତେ ସେମାନଙ୍କୁ ଗିରଫ କରାଯିବ ଓ ଜବତ ଗାଡିକୁ ୨୦ଦିନ ଥାନାରେ ରଖିବା ପାଇଁ ନିର୍ଦେଶ ଦିଆଯାଇଥିବା ଡିସିପି ଶ୍ରୀ ସିଂହ ସୂଚନା ଦେଇଛନ୍ତି।

Comments are closed.