ଥଣ୍ଡା ଓ ଆର୍ଦ୍ର ଜଳବାୟୁରେ ୨୦ ଫୁଟ ପର୍ଯ୍ୟନ୍ତ ବ୍ୟାପିପାରେ କରୋନା ଭୂତାଣୁ

ଲସ ଆଞ୍ଜେଲେନ୍ସ : କରୋନା ଭୂତାଣୁ ମୁକାବିଲା ପାଇଁ କରାଯାଇଥିବା ୬ ଫୁଟ ସାମାଜିକ ଦୁରତ୍ବ ଯଥେଷ୍ଟ ନୁହେଁ। କାରଣ ଥଣ୍ଡା ଓ ଆର୍ଦ୍ର ଜଳବାୟୁରେ ୨୦ ଫୁଟ ପର୍ଯ୍ୟନ୍ତ ଏହି ଭୂତାଣୁ ବ୍ୟାପିପାରେ ବୋଲି ବୈଜ୍ଞାନିକ ଆଶଙ୍କା କରିଛନ୍ତି।

ଆମେରିକାର କାଲିପର୍ଣ୍ଣିଆ ବିଶ୍ବବିଦ୍ୟାଳୟ ଗବେଷକ ସାନ୍ତା ବାର୍ବରାଙ୍କ ରିପୋର୍ଟ ଅନୁଯାୟୀ କରୋନା ସଂକ୍ରମିତଙ୍କ ଛିଙ୍କ, କାଶରେ ଭୂତାଣୁ କଣିକା ୨୦ ପୁଟ ପର୍ଯ୍ୟନ୍ତ ବାୟୁରେ ଉଡି ଯାଇପାରେ। ଯାହା ଅନ୍ୟ ଲୋକଙ୍କୁ ସଂକ୍ରମିତ କରିବାର ସମ୍ଭାବନା ରହିଛି। ବାୟୁର ତାପମାତ୍ରା ଓ ଆର୍ଦ୍ରତା ଉପରେ ଏହି ଭୂତାଣୁ ବ୍ୟାପିବାର ଦୂରତ୍ବ ନିର୍ଭର କରେ। ପୂର୍ବରୁ ଛିଙ୍କ କାଶରେ ୪୦ ହଜାର ଭୂତାଣୁ କଣିକା ବାହାରିବା ସହ ସେକେଣ୍ଡ ପ୍ରତି ୧୦୦ ମିଟର ପର୍ଯ୍ୟନ୍ତ ବେଗରେ ଯାଉଥିବା କୁହାଯାଇଥିଲା। ଏହାକୁ ଆଧାର କରି କରାଯାଇଥିବା ଗବେଷଣାରୁ ଜଣାପଡିଛି ଯେ ଥଣ୍ଡା ଓ ଆଦ୍ର ଜଳବାୟୁରେ ଏହି ଭୂତାଣୁ ଅଧିକ ଅଂଚଳ ପର୍ଯ୍ୟନ୍ତ ବ୍ୟାପିପାରେ।

ଭୂତାଣୁ କଣିକା ବ୍ୟାପିବାକୁ କ୍ଷୁଦ୍ର ଓ ଦୁରଗାମୀ ଭାବେ ଦୁଇଭାଗରେ ବିଭକ୍ତ କରାଯାଇଛି। ସାମାନ୍ୟ ବଡ କଣିକା ନିକଟରେ ପଡୁଥିବା ବେଳେ କ୍ଷୁଦ୍ର କଣିବା ବାୟୁରେ ୬ ମିଟର ପର୍ଯ୍ୟନ୍ତ ଉଡି ଯାଇପାରେ। ତା’ ଛଡା ଥଣ୍ଡା ଓ ଅଧିକ ଆଦ୍ରତା ଅଂଚଳରେ ଭୂତାଣୁ କଣିକା ସଂସ୍ପର୍ଶରେ ଆସି ସୁସ୍ଥ ଲୋକଙ୍କୁ ଆକ୍ରାନ୍ତ କରିଥିବା ବେଳେ ଗରମ ଓ କମ୍‌ ଆଦ୍ରତା ଅଂଚଳରେ ଏହି ଭୂତାଣୁ କ୍ଷୁଦ୍ର କଣିକା ହୋଇଥାଏ। ଫଳରେ ଆକ୍ରାନ୍ତ ସଂସ୍ପର୍ଶରେ ଆସି ନଥିବା ଲୋକ ମଧ୍ୟ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି। ତେଣୁ ସାମାଜିକ ଦୁରତ୍ବ ୬ ଫୁଟ ଯଥେଷ୍ଟ ନଥିବା ଗବେଷକ କହିଛନ୍ତି। ଗ୍ରୀଷ୍ମ ଋତୁରେ କରୋନା ଭୂତାଣୁ କମିବା ବଦଳରେ ବଢ଼ିବାର ଆଶଙ୍କା ରହିଛି। ଅନ୍ୟପକ୍ଷରେ ମୁହଁରେ ମାସ୍କ ବ୍ୟବହାର ଏହି ଭୂତାଣୁ ସଂକ୍ରମଣ ହ୍ରାସ କରିପାରେ ବୋଲି ସେମାନେ ଆଶା କରିଛନ୍ତି। ମାତ୍ର କରୋନା ଭୂତାଣୁ କେଉଁ ଜଳବାୟୁରେ କିଭଳି ରହିବ ତାହା ଏପର୍ଯ୍ୟନ୍ତ ଜଣାପଡି ନଥିବା ଗବେଷକମାନେ ସୂଚନା ଦେଇଛନ୍ତି।

 

Comments are closed.