ମୋବାଇଲ ସ୍କ୍ରିନ ଉପରେ ୪ ସପ୍ତାହ ସକ୍ରିୟ ରହେ କରୋନା ଭୂତାଣୁ

ସିଡନୀ : କରୋନା ଭୂତାଣୁ ସାର୍ସ-ସିଓଭି-୨ ମୋବାଇଲ ସ୍କ୍ରିନ ଉପରେ ପ୍ରାୟ ୪ ସପ୍ତାହ (୨୮ଦିନ) ସକ୍ରିୟ ରହିଥାଏ ବୋଲି ଏକ ଗବେଷଣାରୁ ଜଣାଯାଇଛି। ଅଷ୍ଟ୍ରେଲିଆର ନ୍ୟାସନାଲ ସାଇନ୍ସ ଏଜେନ୍ସି ଅଧୀନ କମନୱେଲଥ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଅାର ରିସର୍ଚ୍ଚ ଅର୍ଗାନାଇଜେସନ (ସିଏସଆଇଆରଓ)ର ବୈଜ୍ଞାନିକମାନେ ଗବେଷଣାରୁ ଜାଣି ପାରିଛନ୍ତି ଯେ ବ୍ୟାଙ୍କ ନୋଟ୍, ଗ୍ଲାସ, ଇସ୍ପାତ ଭଳି ପୃଷ୍ଠ ଉପରେ କରୋନା ଭୂତାଣୁ ୨୮ ଦିନ ପର୍ଯ୍ୟନ୍ତ ସକ୍ରିୟ ରହିଥାଏ। ପ୍ଲାଷ୍ଟିକ ବ୍ୟାଙ୍କ ନୋଟ ତୁଳନାରେ କାଗଜ ନୋଟରେ ଏହି ଭୂତାଣୁ ଦୀର୍ଘ ଦିନ ସକ୍ରିୟ ରହିଥାନ୍ତି। ତେଣୁ ଏହି ସବୁ ପୃଷ୍ଠକୁ ନିୟମିତ ଭାବେ ବିଶୋଧନ କରାଯିବା ଦରକାର।

Comments are closed.