ରାଜ୍ୟରେ ଆଉ ଜଣେ କରୋନା ରୋଗୀ ଚିହ୍ନଟ : ଆକ୍ରାନ୍ତଙ୍କ ସଂଖ୍ୟା ୧୧୧କୁ ବୃଦ୍ଧି

ଭୁବନେଶ୍ଵର : ରାଜ୍ୟରେ ଆଉ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ରୋଗୀ ଜଣଙ୍କ ଯାଜପୁର ଜିଲାର ହୋଇଥିବା ସୂଚନା ମିଳିଛି। ଏଥିସହ ଯାଜପୁର ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮ରେ ପହଞ୍ଚିଥିଲା ବେଳେ ରାଜ୍ୟରେ ରୋଗୀ ସଂଖ୍ୟା ୧୧୧କୁ ବୃଦ୍ଧି ପାଇଛି। ୧୧୧ ନମ୍ବର କରୋନା ଆକ୍ରାନ୍ତ ଯାଜପୁର ବାସେୁଦେବପୁରର ହୋଇଥିବା ବେଳେ ସେ ୩୪ବର୍ଷୀୟ ପୁରୁଷ ଏବଂ ନିକଟରେ କୋଲକାତାରୁ ଫେରିଥିବା ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ତେବେ​ ରାଜ୍ୟରେ ସୋମବାର ଏପର୍ଯ୍ୟନ୍ତ ୮ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

Comments are closed.