ଆରୋଗ୍ୟ ହେଲେଣି ୧୦୦ ସଂକ୍ରମିତ

ନୂଆଦିଲ୍ଲୀ : ଭାରତରେ ପ୍ରତିଦିନ କିଛି ନୂତନ ସଂକ୍ରମିତ ଚିହ୍ନଟ କରାଯାଉଥିବା ବେଳେ ଇତିମଧ୍ୟରେ ୧୦୦ ଜଣ ରୋଗୀ ଏହି ମହାମାରୀରୁ ଆରୋଗ୍ୟ ଲାଭ କରିଥିବା ଜଣାପଡିଛି। ଏମାନଙ୍କ ମଧ୍ୟରେ କେରଳର ୧୯ ଜଣ, ମହାରାଷ୍ଟ୍ରର ୨୫ ଜଣ, ହରିୟାଣାର ୧୭ ଜଣ, ଉତ୍ତର ପ୍ରଦେଶର ୧୧ ଜଣ ଲୋକ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଗୁଜରାଟରେ ମଧ୍ୟ ଦୁଇ ଜଣ ସୁସ୍ଥ ହେବା ପରେ ସେମାନଙ୍କ ଘରକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି। ବିଦେଶରୁ ଫେରିବା ପରେ କ୍ୱାରେନଟାଇନରେ ଥିବା କିଛି ଲୋକ ଇତିମଧ୍ୟରେ ଘରକୁ ଫେରିଥିବା ବେଳେ ସେମାନେ ସୁସ୍ଥ ଥିବା କୁହାଯାଇଛି।

Comments are closed.