ସଂକ୍ରମଣ ହାରରେ ଅଙ୍କୁଶ ଲଗାଇଛି ଲକ୍ ଡ଼ାଉନ୍

ନୂଆଦିଲ୍ଲୀ : ଚୀନର ଉହାନ ସହରରୁ ସୃଷ୍ଟି ହୋଇଥିବା କରୋନା ଭୂତାଣୁ(ଭଇରସ୍) ଏବେ ସମଗ୍ର ବିଶ୍ବରେ ମହାମାରୀର ରୂପ ନେଇ ସାରିଛି। ଦିନକୁ ଦିନ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ବିଶ୍ବରେ ଚୀନ ଓ ଇଟାଲୀକୁ ପଛରେ ପକାଇ ଆମେରିକା ଆକ୍ରାନ୍ତରେ ଏକ ନମ୍ବରରେ ରହିଥିବା ବେଳେ ଭାରତକୁ ମଧ୍ୟ ଏହା କବଳିତ କରିବାରେ ବସିଛି। ଏପର୍ୟ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏକ ହଜାର ଅତିକ୍ରମ କରି ସାରିଥିବା ବେଳେ ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି ପାଇଛି। ସ୍ଥିତି ନିୟନ୍ତ୍ରଣ ହରାଇବା ପୂର୍ବରୁ ଭାରତରେ ଲକ୍ ଡ଼ାଉନ୍ କରାଯାଇଛି। ତେବେ ଲକ୍ ଡାଉନ ଦେଶରେ ସଂକ୍ରମଣ ହାରରେ ଅଙ୍କୁଶ ଲଗାଇଥିବା ଦେଖାଯାଇଛି।
ତେବେ ଆସନ୍ତୁ ଦେଖିବା ଗତ ୭ଦିନରେ ଭାରତରେ ଆକ୍ରାନ୍ତଙ୍କ ସାରଣୀ…..

ତାରିଖ               ଆକ୍ରାନ୍ତଙ୍କ ସଂଖ୍ୟା      

୧.      ମାର୍ଚ୍ଚ ୨୧      ୨୮୩                

୨.      ମାର୍ଚ୍ଚ ୨୨      ୩୯୬ 

୩.      ମାର୍ଚ୍ଚ ୨୩      ୪୮୬          

୪.      ମାର୍ଚ୍ଚ   ୨୪     ୫୬୬

୫.      ମାର୍ଚ୍ଚ  ୨୫     ୬୪୫

୬.      ମାର୍ଚ୍ଚ  ୨୬    ୭୨୦

୭.      ମାର୍ଚ୍ଚ  ୨୭    ୮୮୬

୮.      ମାର୍ଚ୍ଚ   ୨୮    ୯୩୩

Comments are closed.