ମୁମ୍ବଇର ୩ ଡାକ୍ତର ସଂକ୍ରମିତ; ଜଣଙ୍କର ମୃତ୍ୟୁ

ମୁମ୍ବଇ : କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁକରୁ ମୁମ୍ବଇର ତିନି ଜଣ ଡାକ୍ତର ଏଥିରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦୁଇ ଜଣ ଡାକ୍ତର ରୋଗୀଙ୍କ ମାଧ୍ୟମରେ ସଂକ୍ରମିତ ହୋଇଥିବାବେଳେ ଜଣେ ବ୍ରିଟେନ୍‌ରୁ ଫେରି ଚିକିତ୍ସାରେ ନିୟୋଜିତ ଥିଲେ। ମୃତ ଡାକ୍ତର ସୈଫି ହସ୍ପିଟାଲରେ କାର୍ଯ୍ୟରତ ଥିଲେ ଓ ଶୁକ୍ରବାର ହିନ୍ଦୁଜା ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କର ହୃଦ୍‌ ଅ​‌େ​‌ସ୍ତ୍ରାପଚାର ହୋଇଥିଲା ଓ ସେ ଡାଇବେଟିକ୍‌ରେ ଆକ୍ରାନ୍ତ ଥିଲେ। ଅନ୍ଧେରୀର ଜଣେ ୫୩ବର୍ଷୀୟ ଡାକ୍ତର, ତାଙ୍କ ୪୩ବର୍ଷୀୟା ପତ୍ନୀ ଓ ୨୦ବର୍ଷୀୟା କନ୍ୟା ଆକ୍ରାନ୍ତ ହୋଇଛନ୍ତି। ସେ ୬୦ କରୋନା ରୋଗୀଙ୍କ ଚିକିତ୍ସା କରିଥିବା ପ୍ରକାଶ। ଭକୋଲାର ଅନ୍ୟ ଜଣେ ଡାକ୍ତର ସମ୍ପ୍ରତି ଚିକିତ୍ସାଧୀନ ଅଛନ୍ତି। ସେ ଇଟାଲୀରୁ ଫେରି ସଂକ୍ରମିତ ହୋଇଥିବା ପ୍ରକାଶ।

Comments are closed.