କରୋନାକୁ ଡରନା

‘ସମାଜ’ର ପ୍ରୟାସ: ସୁସ୍ଥ ସମାଜ

ବୈଶ୍ବିକ ସ୍ତରରେ କରୋନା ସଂକ୍ରମଣ ଘାତକ ସ୍ଥିତି ସୃଷ୍ଟି କରିଛି। ଭାରତରେ ସଂକ୍ରମଣକୁ ଦ୍ବିତୀୟ ପର୍ଯ୍ୟାୟରେ ରୋକିବା ଲାଗି ଦେଶବ୍ୟାପୀ ତାଲାବନ୍ଦ କରାଯାଇଛି। ତାଲାବନ୍ଦ ନିର୍ଦେଶକୁ କଡ଼ାକଡ଼ି ଅନୁପାଳନ କରିବାକୁ ନିବେଦନଠାରୁ ଚେତାବନୀ ପର୍ଯ୍ୟନ୍ତ ଦିଆଯାଇଛି। ଘରେ ରହିବା ହିଁ ପ୍ରତିଶେଧକ। ୨୧ ଦିନିଆ ତାଲାବନ୍ଦ କାଳରେ ଲୋକେ ସନ୍ତୁଳିତ ଭୋଜନ ସହ ଯେତେ ଦୂର ସମ୍ଭବ କମ୍‌ ସମ୍ବଳର ଉପଯୋଗ କରନ୍ତୁ। ସାମଗ୍ରୀର ଉପଲବ୍ଧତା ସହ ଯୋଗାଣ ବ୍ୟବସ୍ଥା ଏହାଦ୍ବାରା ନିୟନ୍ତ୍ରିତ ହୋଇପାରିବ। ଅଯଥା ଖାଦ୍ୟ ସାମଗ୍ରୀକୁ କିଣି ଗଚ୍ଛିତ କରନ୍ତୁନି। ଏହା ଆମ ସଞ୍ଜମତା ଓ ଶୃଙ୍ଖଳା ପରୀକ୍ଷାର ସମୟ। ନିଜ କଥା ସହ ସମାଜର ତଳଶ୍ରେଣୀର ଲୋକଙ୍କ କଥା ଚିନ୍ତା କରନ୍ତୁ। ସାଧ୍ୟମତେ ଅନ୍ୟକୁ ସାହାଯ୍ୟ କରନ୍ତୁ। ଏ ଲଢେଇକୁ ମିଳିମିଶି ଲଢି ବିଜୟୀ ହେବା।

Comments are closed.