କରୋନାକୁ ଡରନା

‘ସମାଜ’ର ପ୍ରୟାସ: ସୁସ୍ଥ ସମାଜ

କରୋନା ସଂକ୍ରମଣ ଭାରତରେ ବଢିବାରେ ଲାଗିଛି। ସଂକ୍ରମଣକୁ ଦ୍ବିତୀୟ ପର୍ଯ୍ୟାୟରେ ରୋକିବା ଲାଗି ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶରେ ତାଲାବନ୍ଦୀ ଭଳି କଠୋର ପଦକ୍ଷେପ ନିଆଯାଇଛି। ତାଲାବନ୍ଦ ନିର୍ଦେଶକୁ ନ ମାନିଲେ ବ୍ୟକ୍ତିଙ୍କୁ ୬ ମାସ ଜେଲ ସହ ଜୋରିମାନା କରାଯିବ। କଡ଼ାକଡ଼ି ଭାବେ ତାଲାବନ୍ଦ ନିର୍ଦେଶକୁ ଅନୁପାଳନ କରାଇବାକୁ ରାଜ୍ୟଙ୍କୁ ଆଦେଶ ମଧ୍ୟ ଦିଆଯାଇଛି। ଏହାସତ୍ତ୍ବେ କିଛି ଲୋକ ଏହାକୁ ହାଲୁକା ଭାବେ ଗ୍ରହଣ କରୁଥିବା ନଜରକୁ ଆସୁଛି। ବୋଧହୁଏ ସେମାନେ ଇଟାଲୀ କଥା ଭୁଲିଯାଉଛନ୍ତି। ଥରେ ସଂକ୍ରମଣ ବଢିଲେ ଏହାକୁ ଭାରତ ଏଭଳି ଏକ ରାଷ୍ଟ୍ରରେ ରୋକିବା ଅସମ୍ଭବ। ତେଣୁ ନିୟମକୁ ପାଳନ୍ତୁ। ସମସ୍ତେ ଘରେ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ। ସଚେତନତା ହିଁ କରୋନା ମୁକାବିଲା ଲାଗି ଏକମାତ୍ର ବିକଳ୍ପ।

Comments are closed.