୧୫୩୯ ଗର୍ଭବତୀ ନେଲେଣି ଟିକା

ଭୁବନେଶ୍ବର: ରାଜ୍ୟରେ ଜାନୁଆରୀ ୧୬ରୁ ଆରମ୍ଭ ହୋଇଥିବା ଟିକାଦାନ କାର୍ଯ୍ୟକ୍ରମରେ ଆଜି ସୁଦ୍ଧା ୧କୋଟି ୪୦ଲକ୍ଷ ୪୩ହଜାର ୭୦୮ ସଂଖ୍ୟକ ଟିକା ପ୍ରଦାନ କରାଗଲାଣି। ଭାରତ ସରକାରଙ୍କ ନିର୍ଦେଶକ୍ରମେ ତୃତୀୟ ପର୍ଯ୍ୟାୟରେ ଗର୍ଭବତୀମାନଙ୍କ ପାଇଁ ଆରମ୍ଭ ହୋଇଥିବା ଟିକାଦାନ କାର୍ଯ୍ୟକ୍ରମରେ ଇତିମଧ୍ୟରେ ୧୫୩୯ଜଣ ଗର୍ଭବତୀ ଟିକା ନେଇ ସାରିଲେଣି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ସୂଚନା ଅନୁଯାୟୀ ଆଜି ୫୯୩ଟି କେନ୍ଦ୍ରରେ ୧ଲକ୍ଷ ୧୨ହଜାର ୩୩୦ଜଣ ହିତାଧିକାରୀ ଟିକା ନେଇଛନ୍ତି। ଆସନ୍ତାକାଲି ରବିବାର ସତ୍ତ୍ବେ ଗଞ୍ଜାମ, ପୁରୀ, ରାୟଗଡା ଓ ସୁନ୍ଦରଗଡ଼ରେ ଟିକାକରଣ କରାଯିବ ବୋଲି ବିଭାଗ ପକ୍ଷରୁ ଜଣାଯାଇଛି।

Comments
Loading...