ରଥଯାତ୍ରା ପୂର୍ବରୁ ସବୁ ସେବାୟତ ଓ କର୍ମଚାରୀଙ୍କୁ ଦିଆଯିବ କରୋନା ଟୀକା

ଡେସ୍କ: ପୂର୍ବବର୍ଷ ଭଳି ଚଳିତ ବର୍ଷ ରଥଯାତ୍ରା ପୂର୍ବରୁ ସମସ୍ତ ସେବାୟତ ଓ ରଥଯାତ୍ରା ସହିତ ସମ୍ପୃକ୍ତ କର୍ମଚାରୀଙ୍କୁ କରୋନା ପ୍ରତିଷେଧକ ଟୀକା ଦିଆଯିବାଜୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କୁ ପତ୍ର ମାଧ୍ୟମରେ ଜଣାଇ ଦିଆଯାଇଛି। ଜିଲ୍ଲପାଳ ଏ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥଲେ। ଆଗାମୀ ଜୁନ ୧୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଶ୍ରୀଜୀଉଙ୍କର ସ୍ନାନଯାତ୍ରା ପୂର୍ବରୁ ସେବାୟତଙ୍କ ସମେତ ରଥଯାତ୍ରା ପରିଚାଳନା ସହିତ ସମ୍ପୃକ୍ତ ପୁଲିସ, ପୌର, ଜନସ୍ୱାସ୍ଥ୍ୟ, ବିଦ୍ୟୁତ, ପୂର୍ତ୍ତ ଓ ଜିଲ୍ଲା ପ୍ରଶାସନର କର୍ମଚାରୀଙ୍କୁ କରୋନା ପ୍ରତିଷେଧକ ଟିକା ଦିଆଯିବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। ସହରର ବିଭିନ୍ନ ସ୍ଥାନରେ ଟୀକାଦାନ ଶିବିର ଖୋଲାଯାଇ ଏହି ଟୀକା ଦିଆଯିବ ବୋଲି ସୂଚନା ମିଳିଛି।

Comments are closed.