୪୫ ରୁ ଅଧିକ ବୟସ୍କ ନେଲେ କରୋନା ଟିକା

ଗଣମାଧ୍ୟମ ପ୍ରତିନିଧି ହେଲେ ସାମିଲ

ଜି. ଉଦୟଗିରି : ଆଜି ୪୫ ରୁ ଅଧିକ ବୟସ୍କ ନେଇଛନ୍ତି କରୋନା ଟିକା । ଗୋଟିଏପଟେ କରୋନା ମହାମାରୀର ଦ୍ୱିତୀୟ ଲହରି ମାଡି ଆସୁଥିବା ବେଳେ ଅନ୍ୟପଟେ କରୋନା ମହାମାରୀକୁ ରୋକିବା ପାଇଁ ଟିକାକରଣ ପ୍ରକ୍ରିୟାକୁ ଜୋରଦାର କରାଯାଇଛି । ପ୍ରଥମେ ବରିଷ୍ଠ ନାଗରିକମାନଙ୍କୁ ଟିକା ପ୍ରଦାନ କରାଯାଇଥିବା ବେଳେ,ଏବେ ୪୫ ରୁ ଅଧିକ ବୟସ୍କଙ୍କୁ ଟିକା ପ୍ରଦାନ କରାଯାଇଛି । ଏହି କ୍ରମରେ ଆଜି ଜି. ଉଦୟଗିରି ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୬୧ଜଣଙ୍କୁ ଟିକା ଦିଆଯାଇଛି । ଏଥିରେ ସାମିଲ ହୋଇଛନ୍ତି ଗଣମାଧ୍ୟମ ପ୍ରତିନିଧି । ଆରମ୍ଭରୁ ଗଣମାଧ୍ୟମ ପ୍ରତିନିଧି ଅରୁଣ କୁମାର ଷଡଗିଂ, ପ୍ରସନ୍ନ କୁମାର ମିଶ୍ର, ସମୀର କୁମାର ପାଢ଼ୀ ପରେ ରାମକୃଷ୍ଣ ଚୌଧୁରୀ, ପ୍ରତାପ ପାଢ଼ୀ ପ୍ରମୁଖ କରୋନା ଟିକା ନେବା ସହିତ ଅନ୍ୟମାନଙ୍କୁ ନେବା ପାଇଁ ପ୍ରେରଣା ଦେଇଛନ୍ତି ।

Comments are closed.