ଓଡ଼ିଶାକୁ ମିଳିବ ୧୦ଲକ୍ଷ ୩୪ହଜାର ଡୋଜ୍‌ କୋଭାସ୍କିନ୍, ୩କୋଟି ୭୭ଲକ୍ଷ ଡୋଜ କୋଭିସିଲ୍ଡ ଟିକା

ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଓ ଭାରତ ବାୟୋଟେକ୍‌କୁ କରୋନା ଟିକା ପାଇଁ ଚିଠି ଲେଖିଲେ ରାଜ୍ୟ ସରକାର

ଭୁବନେଶ୍ବର: ତୃତୀୟ ପର୍ଯ୍ୟାୟ ଟିକାକରଣରେ ମାଗଣା ଟିକା ଦେବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିବା ଓଡ଼ିଶାକୁ କରୋନା ଟିକା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଓ ଭାରତ ବାୟୋଟେକ୍‌ ରାଜ୍ୟକୁ କରୋନା ଟିକା ଯୋଗାଇ ଦେବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି। ନିର୍ଦ୍ଧାରିତ ସମୟ ଭିତରେ ଟିକା ଯୋଗାଇ ଦେବାପାଇଁ କଣ ସବୁ ସର୍ତ୍ତ ନିୟମ ରହିଛି ସେନେଇ ଅବଗତ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ। କୋଭିସିଲଡ ଟିକା ଯୋଗାଇ ଦେବାନେଇ ସେରମ ଇନଷ୍ଟିଚ୍ୟୁଟ ମୁଖ୍ୟଙ୍କୁ ୩କୋଟି ୭୭ଲକ୍ଷ ଡୋଜ କୋଭାସିଲ୍ଡ ଟିକା ଯୋଗାଇ ଦେବା ପାଇଁ ଚିଠିରେ କୁହାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ସେରମ ଇନଷ୍ଟିଚ୍ୟୁଟ ଠାରୁ ଟିକା କିଣିବ ଓଡ଼ିଶା ଔଷଧ ନିଗମ। ସେହିପରି କୋଭାକ୍ସିନ୍‌ ଟିକା କିଣିବା ନେଇ ମଧ୍ୟ ଭାରତ ବାୟୋଟେକକୁ ଚିଠି ଲେଖିଛି ଓଡ଼ିଶା। ଓଡ଼ିଶାକୁ ୧୦ଲକ୍ଷ ୩୪ହଜାର ଡୋଜ୍ କୋଭାକ୍ସିନ୍ ଟିକା ଯୋଗାଇବା ପାଇଁ ଓଡ଼ିଶା ପକ୍ଷରୁ ଚିଠି ଲେଖାଯାଇଛି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.