କରୋନା ଟିକା ବଦଳରେ କୁକୁର କାମୁଡା ଇଞ୍ଜେକସନ୍‌: ଡାକ୍ତର, ନର୍ସ ନିଲମ୍ବିତ

ଥାଣେ: ମହାରାଷ୍ଟ୍ର ଥାଣେ ଜିଲାରେ ରାଜକୁମାର ଯାଦବ ନାମକ ଜଣେ ହିତାଧିକାରୀଙ୍କୁ କରୋନା ଟିକା ବଦଳରେ କୁକୁର କାମୁଡା ଇଞ୍ଜେକ୍‌ସନ୍‌ (ଜଳାତଙ୍କ) ଦିଆଯାଇଛି। କାଲୱା ଅଞ୍ଚଳରେ ପୌର ପରିଷଦ ପରିଚାଳିତ ଡାକ୍ତରଖାନାରେ ହୋଇଥିବା ଏପରି ତ୍ରୁଟିକୁ ନେଇ ସମ୍ପୃକ୍ତ ଡାକ୍ତର ଓ ନର୍ସଙ୍କୁ ନିଲମ୍ବନ କରାଯାଇଛି। ଟିକା ନେବାକୁ ରୋଗୀମାନେ ଧାଡିରେ ଠିଆ ହୋଇଥିବାବେଳେ ରାଜକୁମାର ଭୁଲ୍ ଧାଡିରେ ଠିଆ ହୋଇଥିବାରୁ ଏପରି ଭୁଲ୍ ହୋଇଥିଲା ବୋଲି ପୌର ପରିଷଦ ମୁଖପାତ୍ର କହିଛନ୍ତି।

Comments are closed.