କରୋନା ଟିକା ପଞ୍ଜିକରଣ ପରେ ପୁଲିସ୍ ବାବୁଙ୍କୁ ଆସିଲା ମିଥ୍ୟା ଖବର

ଗୁଣପୁର: ମୋବାଇଲ୍ ଠୁ ମୋବାଇଲ୍ ବୁଲୁଛି କରୋନା ନାମରେ ଫେକ ମେସେଜ୍। ଏଭିଳି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡାଜିଲ୍ଲା ଗୁଣୁପୁର ଥାନାର ପୁଲିସ୍ ଏସଆଇଙ୍କ ପାଖରେ। ସୋମବାର ପୁଲିସ୍ ଏସ୍ଆଇ ସୁଶାନ୍ତ ବେହେରା ତାଙ୍କ ପରିବାର ସଦସ୍ୟଙ୍କ ନାମରେ କରୋନା ଟିକା ସକାଶେ ଅନଲାଇନ୍ ପଞ୍ଜିକରଣ କରିଥିଲେ।

ପଞ୍ଜିକରଣ କରିବାର କିଛି ସମୟ ମଧ୍ୟରେ ଏସ୍ଆଇ ସୁଶାନ୍ତ ବେହେରାଙ୍କ ମୋବାଇଲକୁ ଏକ ମେସେଜ୍ ଆସିଥିଲା। ଏହି ମେସେଜ୍ ଆସିବା କ୍ଷଣି ସଂନ୍ଦେହ ଉପୁଜିବାରୁ ସେ ଭୁବନେଶ୍ବର ସାଇବର କ୍ରାଇମ୍ ବିଭାଗକୁ ଯୋଗାଯୋଗ କରିଥିଲେ। ଏହାପରେ ଜାଣିବାକୁ ପାଇଥିଲେ ଯେ ଆସିଥିବା ମେସେଜ୍ ମିଛ। ଏହି ମେସେଜର ଲିଙ୍କ୍ ଓପନ୍ କଲେ ସଙ୍ଗେ ସଙ୍ଗେ ମୋବାଇଲ୍ ହ୍ୟାକ୍ ହୋଇଯାଉଛି। ଏହା ଜଣା ପଡିବା ପରେ ଏଭଳି ମେସେଜ ଆସିଲେ ଭୁଲରେ ଲିଙ୍କ୍ ଓପନ ନକରିବା ସହ ସତର୍କ ରହିବା ପାଇିଁ ପୁଲିସ୍ ଏସ୍ଆଇ ଶୁଶାନ୍ତ ବେହେରା କହିଛନ୍ତି।

Comments are closed.