ଟିକା ପ୍ରମାଣପତ୍ରରେ ତ୍ରୁଟି ସଂଶୋଧନ ସୁବିଧା

ନୂଆଦିଲ୍ଲୀ: କରୋନା ଟିକାକରଣ ପରେ ସରକାରଙ୍କ ପକ୍ଷରୁ ହିତାଧିକାରୀଙ୍କୁ ପ୍ରମାଣପତ୍ର ଦିଆଯାଉଛି। ପ୍ରମାଣପତ୍ରକୁ ହିତାଧିକାରୀ କୋ-ୱିନ ପ୍ଲାଟର୍ଫମରୁ ଡାଉନଲୋଡ କରିପାରିବେ। ଏହି ପ୍ରମାଣପତ୍ର ବିଭିନ୍ନ କ୍ଷେତ୍ରରେ ଜରୁରୀ ପ୍ରମାଣପତ୍ର ଭାବେ ବ୍ୟବହାର କରାଯାଉଛି। କୌଣସି ହିତାଧିକାରୀଙ୍କ ପ୍ରମାଣପତ୍ରରେ ଯଦି କିଛି ଅନିଚ୍ଛାକୃତ ତ୍ରୁଟି ଯେପରି କି ନାମ, ଜନ୍ମ ତାରିଖ, ଲିଙ୍ଗ ଇତ୍ୟାଦି ରହିଥାଏ; ତେବେ ଏହାକୁ ସଂଶୋଧନ କରାଯାଇପାରିବ।

ଏହି ସଂଶୋଧନ ନିମନ୍ତେ କୋ-ୱିନ ପ୍ଲାଟଫର୍ମରେ ସୁବିଧା ଉପଲବ୍ଧ। କୋ-ୱିନ ପ୍ଲାଟଫର୍ମର ‘ରେଜ୍ ଆନ ଇସ୍ୟୁ’- ‘କରେକସନ୍‌ ଇନ୍‌ ସାର୍ଟିଫିକେଟ୍‌’ ଅପସନ୍‌ରେ କ୍ଲିକ୍ କରି ନିଜ ପ୍ରମାଣପତ୍ରକୁ ସଂଶୋଧନ କରିପାରିବେ। ତେଣୁ ଟିକା ପ୍ରମାଣପତ୍ରରେ ତ୍ରୁଟିକୁ ନେଇ ବିଚଳିତ ହେବାର ଆବଶ୍ୟକତା ନାହିଁ।

Comments are closed.