ରାଜ୍ୟଗୁଡିକ ପାଖରେ ଉପଲବ୍ଧ ରହିଛି ୧ କୋଟି ୪୯ଲକ୍ଷ କରୋନା ଟିକା

ରାଜ୍ୟମାନଙ୍କୁ ଯଥେଷ୍ଟ ପରିମାଣର କୋଭିଡ ପ୍ରତିଷେଧକ ଟିକା ଯୋଗାଇ ଦିଆଯାଉଥିବା କେନ୍ଦ୍ର ସରକାର କହିଛନ୍ତି। ଟିକା ଉପଲବ୍ଧତା ସଂକ୍ରାନ୍ତରେ ମଧ୍ୟ ରାଜ୍ୟମାନଙ୍କୁ ଆଗୁଆ ସୂଚନା ଦିଆଯାଉଛି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଏପର୍ଯ୍ୟନ୍ତ ୨୪ କୋଟି ୬୦ଲକ୍ଷ ଟିକା ଦିଆଯାଇ ସାରିଲାଣି। ସେଥିମଧ୍ୟରୁ ୨୩ କୋଟି ୧୧ ଲକ୍ଷ ଟିକା ଲୋକମାନଙ୍କୁ ଦିଆଯାଇଥିବା ବେଳେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପାଖରେ ବର୍ତ୍ତମାନ ୧ କୋଟି ୪୯ଲକ୍ଷ ଟିକା ଉପଲବ୍ଧ ରହିଛି। ସିଧାସଳଖ ଟିକା କିଣିବା ଲାଗି ମଧ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଅନୁମତି ଦିଆଯାଇଛି।

ନିକଟ ଭବିଷ୍ୟତରେ ଟିକା ଉପଲବ୍ଧତା ବୃଦ୍ଧି କରାଯିବ ବୋଲି କେନ୍ଦ୍ର ସରକାର କହିଛନ୍ତି। ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା ୨୦୦ କୋଟି ଡୋଜ୍‍ ଟିକା ଉପଲବ୍‍ଧ କରାଯିବ ବୋଲି କେନ୍ଦ୍ର ସରକାର ଆକଳନ କରିଛନ୍ତି।

Comments are closed.