୬ ମାସ ମଧ୍ୟରେ ଆସିବ ଅକ୍ସଫୋର୍ଡ ଟିକା

ଲଣ୍ଡନ : କରୋନା ଭୂତାଣୁକୁ ନିୟନ୍ତ୍ରଣ ନିମନ୍ତେ ଟିକା ପ୍ରସ୍ତୁତି ଆଶା ଦିନକୁ ଦିନ ଉଦ୍‌ଜୀବିତ ହେବାରେ ଲାଗିଛି। ଏହି କ୍ରମରେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଦ୍ବାରା ପ୍ରସ୍ତୁତ ଟିକା ଆଗାମୀ ୬ମାସ ମଧ୍ୟରେ ଉପଲବ୍ଧ ହେବ ବୋଲି କୁହାଯାଇଛି। ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଓ ଫାର୍ମାସ୍ୟୁଟିକାଲ କମ୍ପାନୀ ଆଷ୍ଟ୍ରାଜେନେକା ଦ୍ବାରା ପ୍ରସ୍ତୁତ ଟିକାକୁ ୬ମାସ ମଧ୍ୟରେ ଉପଲବ୍ଧ କରାଯିବ। ବ୍ରିଟେନର ଟିକା ଓ ରୋଗ ପ୍ରତିରୋଧକ କମିଟିର ପ୍ରୋଟୋକଲ ଅନୁଯାୟୀ ୬୫ବର୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଗର ବ୍ୟକ୍ତିଙ୍କ ନିମନ୍ତେ ଟିକା ପ୍ରସ୍ତୁତ କରାଯିବା ପରେ ଏହାକୁ ଅନୁମତି ଦିଆଯିବ। ଏବେ ପ୍ରସ୍ତୁତ କରାଯାଉଥିବା ଟିକା ଯୁବବର୍ଗଙ୍କ ଠାରେ ମାନବ ପରୀକ୍ଷଣ କରାଯାଉଛି। ପରବର୍ତ୍ତୀ ସମୟରେ ଏହାକୁ ୫୦ରୁ ଅଧିକ ବୟସ ବର୍ଗର ଲୋକଙ୍କ ଠାରେ ମାନବ ପରୀକ୍ଷଣ କରାଯିବ।

Comments are closed.