୫୯ ଦିନରେ କୋଭିଡ ଟିକାକରଣ, ୩ କୋଟି ୧୭ ଲକ୍ଷରୁ ଅଧିକ ନେଲେଣି ଟିକା

ଦେଶରେ କୋଭିଡ୍‍ ପ୍ରତିଷେଧକ ଟିକାକରଣ ୩ କୋଟି ଅତିକ୍ରମ କରିଛି। ଆଜି ସନ୍ଧ୍ୟା ସୁଦ୍ଧା ୩ କୋଟି ୧୭ ଲକ୍ଷ ୭୧ ହଜାର ୬୬୧ ଜଣଙ୍କୁ ଟିକାକରଣ କରାଯାଇଛି। ୫ ଲକ୍ଷ ୧୦ ହଜାରରୁ ଅଧିକ ସେସନରେ ଏହି ଟିକାକରଣ କରାଯାଇଛି। ଏଥିମଧ୍ୟରେ ୭୪ ଲକ୍ଷ ୮ ହଜାର ୫୨୧ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ୍‍ ଓ ୪୩ ଲକ୍ଷ ୯୭ ହଜାର ୬୧୩ ଜଣଙ୍କୁ ଦ୍ୱିତୀୟ ଡୋଜ୍‍ ଟିକା ଦିଆଯାଇଥିବା ବେଳେ ୭୪ ଲକ୍ଷ ୨୬ ହଜାର ୪୭୯ ଜଣ ସମ୍ମୁଖ ଯୋଦ୍ଧାଙ୍କୁ ପ୍ରଥମ ଡୋଜ୍‍ ଏବଂ ୧୩ ଲକ୍ଷ ୨୩ ହଜାର ୫୨୭ ଜଣଙ୍କୁ ଦ୍ୱିତୀୟ ଡୋଜ୍‍ ଟିକା ଦିଆଯାଇଛି।

ସେହିପରି ୪୫ରୁ ଅଣଷଠି ବର୍ଷ ବୟସ ମଧ୍ୟରେ ବହୁବିଧ ରୋଗରେ ପୀଡ଼ିତ ୧୬ଲକ୍ଷ ୯୬ ହଜାର ୪୯୭ ଜଣ ଓ ୬୦ ବର୍ଷରୁ ଊର୍ଦ୍ଧ୍ବ ୯୫ ଲକ୍ଷ ୧୯ ହଜାର ୨୪ ଜଣଙ୍କୁ ଏହି ପ୍ରତିଷେଧକ ଟିକା ପ୍ରଦାନ କରାଯାଇଛି।

Comments are closed.