ଇମ୍ଫା ପକ୍ଷରୁୁ ତ୍ରିନାଥ ପଲ୍ଲୀରେ ଟିକାକରଣ

ଚୌଦ୍ୱାର : ସ୍ଥାନୀୟ ଇମ୍ଫା କାରଖାନା ତରଫରୁ ଚୌଦ୍ୱାର ପୌରପାଳିକା ୧୭ ନମ୍ବର ୱାର୍ଡ଼ସ୍ଥିତ ତ୍ରିନାଥ ପଲ୍ଲୀରେ କରୋନା ଟିକାକରଣ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଆପୋଲୋ ହସପିଟାଲ ସହଭାଗିତାରେ ଆୟୋଜିତ ଏହି ଶିବିରରେ କଲୋନୀରେ ରହୁଥିବା ଦୁରାରୋଗୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ସମେତ ମୋଟ ୧୨୦ ଜଣଙ୍କୁ ପ୍ରଥମକ ମାତ୍ରା ଟିକା ପ୍ରଦାନ କରାଯାଇଥିଲା। ଇମ୍ଫା କାରଖାନାର ଡିଜିଏମ୍‍ ଜି. ଶାରଦା ପ୍ରସାଦ ରାଓ ଏବଂ ଆପୋଲୋ ହସପିଟାଲର ବରିଷ୍ଠ ଲୋକ ସମ୍ପର୍କ ଅଧିକାରୀ ଅନୁପମ ଜେନା ଶିବିରରେ ଅତିଥି ଭାବେ ଯୋଗ ଦେଇଥିଲେ। ବରିଷ୍ଠ ଲୋକ ସମ୍ପର୍କ ଅଧିକାରୀ ଧୃବ ଚରଣ ରାଉତ ଶିବିର ପରିଚାଳନା କରିଥିଲେ। ଇମ୍ଫା ଓ ଆପୋଲୋର ପ୍ରଶିକ୍ଷିତ ସ୍ୱାସ୍ଥ୍ୟ କର୍ମଚାରୀ ମାନେ କଲୋନୀର ଲୋକ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଟିକାଦାନ କରିଥିଲେ। ପୂର୍ବତନ କାଉନ୍‍ସିଲର ଗିରିଧାରୀ ଦଳାଇ ଏବଂ ୱାର୍ଡ଼ ସଭାପତି ଆଶୁତୋଷ ଦାସ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଜନସଧାରଣଙ୍କୁ କରୋନାରୁ ସୁରକ୍ଷା ଦେବାପାଇଁ ସାରା ରାଜ୍ୟ ଏବଂ ଦେଶରେ ଯୁଦ୍ଧ କାଳୀନ ଭିତ୍ତିରେ ଟିକାକରଣ କରାଯାଉଛିି। ହେଲେ ଏହି କଲୋନୀବାସୀଙ୍କ ପ୍ରତି କାହାର ନଜର ନଥିବାବେଳେ ଇମ୍ଫା ତରଫରୁ ଟିକାଦାନ କରାଯାଇଥିବାରୁ କଲୋନୀ ବାସୀଙ୍କ ତରଫରୁ କୃତଜ୍ଞତା ଅର୍ପଣ କରାଯାଇଛି। ଗତ କିଛିଦିନ ଭିତରେ ଇମ୍ଫା ତରଫରୁ ୪ହଜାରରୁ ଉର୍ଦ୍ଧ ଲୋକଙ୍କୁ ଟିକାଦାନ କରା ଯାଇଥିବା ଓ ଇମ୍ଫାରେ ପ୍ରଥମ ମାତ୍ରା ଟିକା ନେଇଥିବା ଲୋକ ମାନଙ୍କୁ ଧାର୍ଯ୍ୟ ସମୟରେ ଦ୍ୱିତୀୟ ମାତ୍ରା ଟିକାକରଣ କରାଯିବବୋଲି ଡିଜିଏମ୍‍ ଶ୍ରୀ ରାଓ ସୂଚନା ଦେଇଛନ୍ତି।

Comments are closed.