ଆସନ୍ତା ବର୍ଷ ଆରମ୍ଭରେ ସାଧାରଣ ଲୋକଙ୍କ ଲାଗି ଉପଲବ୍ଧ ହେବ କରୋନା ଟୀକା

ଗତ ୩ ମାସ ମଧ୍ୟରେ ବିଶ୍ଵରେ କରୋନା ମୃତ୍ୟୁ ସଂଖ୍ୟା ୩ ଗୁଣ ବୃଦ୍ଧି ପାଇଛି । ତଥାପି କରୋନା ମୁକାବିଲା ଓ ଏହାକୁ ନିୟନ୍ତ୍ରଣ ଲାଗି ଅନେକ ଉଦ୍ୟମ ଚାଲିଛି । ବିଶ୍ଵର ଅନେକ ଦେଶ କରୋନା ଟୀକା ଉଦ୍ଭାବନ ଲାଗି ଚେଷ୍ଟା କରୁଛନ୍ତି । ଖୁବ୍ ଶୀଘ୍ର ଆମକୁ ପ୍ରଭାବଶାଳୀ କରୋନା ଟୀକା ମିଳିବ ବୋଲି କହିଛନ୍ତି । ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ ମହାନିର୍ଦେଶ ଡ଼. ଟେଡ଼୍ରୋସ ଘେବ୍ରିୟସ । ସେ  କହିଛନ୍ତି ଯେ  ଅନେକ ଟିକା ବର୍ତ୍ତମାନ  କ୍ଲିନିକାଲ୍ ପରୀକ୍ଷଣରେ ଅଛି  ଯାହା ଲୋକଙ୍କୁ ସଂକ୍ରମଣରୁ ରକ୍ଷା କରିବାରେ ସହାୟକ ହୋଇପାରିବ । ସାରା ବିଶ୍ଵରେ ସଂକ୍ରମିତଙ୍କ ସଂଖ୍ୟା ୧୭.୫ ମିଲିୟନ ଓ ମୃତ୍ୟୁ ସଂଖ୍ୟା ୬୮୦,୦୦୦ କୁ ବୃଦ୍ଧି ପାଇଛି। ଏହି ସ୍ଥିତିରେ ଅନେକ ଟିକା ପ୍ରାରମ୍ଭିକ ପରୀକ୍ଷା ଫଳାଫଳ ସକରାତ୍ମକ ରହିଛି ।   ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଆଷ୍ଟ୍ରାଜେନେକା ଦ୍ୱାରା ମିଳିତ ଭାବରେ ନିର୍ମିତ  କୋଭିଡ଼ ୧୯ ଟିକା କ୍ଲିନିକାଲ୍ ପରୀକ୍ଷଣର ଶେଷ ପର୍ଯ୍ୟାୟ ଅଛି ଏବଂ ଆସନ୍ତା ବର୍ଷ ପ୍ରାରମ୍ଭରେ ଏହା ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହୋଇପାରେ ବୋଲି ଘେବ୍ରିୟସ କହିଛନ୍ତି ।

 

Comments are closed.