ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଛୁଇଁଲା

ଦିନକରେ ଯାଜପୁରରୁ ୬ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଛୁଇଁଲା । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ମିଳିଥିବା ସୂଚନା ଅନୁସାରେ ଶନିବାର ସୁଦ୍ଧା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ରେ ପହଞ୍ଚିଛି । ୬୫ ଜଣ କରୋନା ଆକ୍ରାନ୍ତ ରୋଗୀ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତି ହେୁଥିବା ବେଳେ ୩୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜଣଙ୍କର ମୃତ୍ୟୁ ଘଟିଛି ।

ପୂର୍ବରୁ ଆଜି ଆଉ ୫ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିଲେ । ସମସ୍ତ ଆକ୍ରାନ୍ତ ଯାଜପୁର ଜିଲାର ହୋଇଥିବା ନେଇ ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା । ତେବେ ପରେ ଆଉ ଜଣେ ନୂଆ ଆକ୍ରାନ୍ତ ମଧ୍ୟ ଯାଜପୁର ଜିଲ୍ଲାର ବୋଲି ଜଣାପଡିଛି । ଫଳରେ ଶନିବାର ଚିହ୍ନଟ ହୋଇଥିବା ୬ଜଣ ଯାଜପୁର ଜିଲ୍ଲାର ବୋଲି ଜଣାପଡିଛି । ଏହା ସହ ଯାଜପୁରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ରେ ପହଞ୍ଚିଛି ।

ଆଜି ଚିହ୍ନଟ ହୋଇଥିବା ସଂକ୍ରମିତମାନଙ୍କର କଲକାତା ଲିଙ୍କ୍‌ ଥିବା ଜଣାପଡ଼ିଛି। ସେମାନଙ୍କ ଘର ଦଶରଥପୁର ବ୍ଲକ ଅନ୍ତର୍ଗତ କଟିକଟା ଓ ଅହୀୟାସର ମହାନ୍ତିପାଟଣା ଗ୍ରାମରେ ବୋଲି ଜଣାପଡ଼ିଛି। ସେମାନଙ୍କ ବୟସ ୨୩, ୩୯, ୪୯, ୫୦, ୫୨ ଓ ୫୭ ବୋଲି ଜିଲାପାଳ ରଞ୍ଜନ କୁମାର ଦାଶଙ୍କ ଠାରୁ ସୂଚନା ମିଳିଛି । ସୂଚନାରୁ ପ୍ରକାଶ ଯେ, ଗତ ମାର୍ଚ୍ଚ ୨୮ ଓ ୨୯ ତାରିଖରେ ସଂପୃକ୍ତ ବ୍ୟକ୍ତିମାନେ କଲକାତାରୁ ଫେରି ଜିଲା ମୁଖ୍ୟ ଚିକିତ୍ସାଳୟରେ ନାମ ପଞ୍ଜୀକରଣ କରିଥିଲେ। ଦାଇତ୍ବରେ ଥିବା ଡାକ୍ତର ସେମାନଙ୍କୁ ହୋମ୍‌ କ୍ବାରେଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦେବା ସହ ସେମାନଙ୍କର ସ୍ବାବ୍‌ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଥିଲେ। ଆଜି ସେମାନଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଂପୃକ୍ତ ସଂକ୍ରମିତମାନଙ୍କ କଣ୍ଟାକ୍ଟ ଟ୍ରେସିଂ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଚିହ୍ନଟ ପରେ ସେମାନଙ୍କର ଟ୍ରାଭେଲ୍ ହିଷ୍ଟ୍ରି ଓ ସଂପୃକ୍ତ ବ୍ୟକ୍ତିମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରାଯିବ ବୋଲି ଜଣାପଡ଼ିଛି। ଆସନ୍ତା କାଲି ସକାଳ ୧୦ଟାରେ ବାଲେଶ୍ବର, ଭଦ୍ରକ ଜିଲା ସହିତ ଯାଜପୁର ଜିଲାରୁ ସଟ୍‌ଡାଉନ୍‌ ଉଠିବାକୁ ଥିଲେ ହେଁ ନୂଆ ସଂକ୍ରମିତ ଚିହ୍ନଟ ହେବାରୁ ଦଶରଥପୁର ବ୍ଳକର କଟିକଟା ଓ ମହାନ୍ତିପାଟଣା ଗ୍ରାମକୁ ଜିଲା ପ୍ରଶାସନ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିବା ଏକରକମ ନିଶ୍ଚିତ ହୋଇଯାଇଛି। ଅନ୍ୟପକ୍ଷରେ ଆଜି ରାଜ୍ୟର ଆଉ ଜ​‌େ​‌ଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ରାଜଧାନୀର କୋଭିଡ୍‌ ହସ୍‌ପିଟାଲରେ ଚିକିତ୍ସିତ ହେଉଥିବା ତୃତୀୟ ସଂକ୍ରମିତ ଜଣକ ସୁସ୍ଥ ହୋଇ ଘରକୁ ଫେରିବା ପରେ ସୁନ୍ଦରଗଡ଼ ଜିଲା ସଂପ୍ରତି କରୋନା ମୁକ୍ତ ହୋଇଛି। ଫଳରେ ଆଜି ସୁଦ୍ଧା ମୋଟ ୫ଟି କରୋନା ପୀଡିତ ଜିଲା କରୋନା ରୋଗୀ ମୁକ୍ତ ହୋଇଛି।
ରା

 

Comments are closed.