ମହାରାଷ୍ଟ୍ର : ଆକୋଲା ଜେଲରେ ୬୮ ଜଣ କଏଦୀ କରୋନା ସଂକ୍ରମିତ

ମୁମ୍ବଇ : ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଉଦବେଗଜନକ ସ୍ଥିତିରେ ପହଞ୍ଚିଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୫୯,୧୩୩ ରେ ପହଞ୍ଚିଥିବା ବେଳ ୮୪,୨୪୫  ଜଣ ଆରୋଗ୍ୟ ଲାଭ କରିଛନ୍ତି। ସେହିପରି ମୃତ୍ୟୁ ସଂଖ୍ୟା ୭,୨୭୩ରେ ପହଞ୍ଚିଛି।

ଅନ୍ୟପକ୍ଷରେ ମହାରାଷ୍ଟ୍ର ପୁଲିସରେ ଗତ ୪୮ ଘଣ୍ଟା ମଧ୍ୟରେ ୧୫୦ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଥିବା ବେଳେ ଜଣେ ପୁଲିସ କର୍ମଚାରୀଙ୍କର ମୃତ୍ୟୁ ଘଟିଛି। ମହାରାଷ୍ଟ୍ର ପୁଲିସରେ ମୋଟ କରୋନା  ପଜିଟିଭ୍ ମାମଲା ୪୬୬୬କୁ ବୃଦ୍ଧି ପାଇଛି।

ସେହିପରି ମହାରାଷ୍ଟ୍ରର ଆକୋଲା ଜେଲରେ ୬୮ଜଣ କଏଦୀ କରୋନାରେ ସଂକ୍ରମିତ ହୋଇଥିବା ଚିହ୍ନଟ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ଅନେକ ଅସାମାଜିକ ବ୍ୟକ୍ତି।  ସେମାନଙ୍କ ପାଇଁ ଜେଲ ଭିତରେ ଏକ ଅଲଗା ୱାର୍ଡ ନିର୍ମାଣ କରାଯାଇଛି। ବନ୍ଦୀ ମାନଙ୍କ ଯତ୍ନ ନେବା ପାଇଁ ସମସ୍ତ ବ୍ୟବସ୍ଥା ହେଉଛି ବୋଲି  ଅକୋଲାର ଉପ ଜିଲ୍ଲାପାଳ ସଞ୍ଜୟ ଖାଡସେ କହିଛନ୍ତି।

Comments are closed.