କରୋନା ଅପଡେଟ୍‍ : ୧୦୨୩ ମାମଲା ୧୭ଟି ରାଜ୍ୟରୁ ତବ୍ଲିଗ ଜମାତରେ ଯୋଗଦେଇଥିବା ବ୍ୟକ୍ତି

ନୂଆଦିଲ୍ଲୀ : ଦେଶରେ କୋଭିଡ-୧୯ର ମୁକାବିଲା ନିମନ୍ତେ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ସହିତ ମିଶି ବିଭିନ୍ନ ପଦକ୍ଷେପମାନ ନେଇଛନ୍ତି । ଉଚ୍ଚସ୍ତରରେ ନିୟମିତ ଭାବେ ଏହାର ସମୀକ୍ଷା କରାଯାଉଛି ।
କୋଭିଡ-୧୯ ସମସ୍ୟାର ସୁପରିଚାଳନା ତଥା ଏହାର ନିରାକରଣ ପାଇଁ ବିଭିନ୍ନ ସ୍ତରରେ ଡାକ୍ତରଙ୍କ ସମେତ ପେଷାଦାର ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଏଥିରେ ନିୟୋଜିତ କରାଯାଇଛି । ପ୍ରାୟ ୯.୭୦ ଲକ୍ଷ ଆଶାକର୍ମୀ, ୧.୦୦ ଲକ୍ଷ ଆୟୁଷ ଚିକିତ୍ସକ, ସମରଶିକ୍ଷାର୍ଥୀ, ଅବସରପ୍ରାପ୍ତ ସେନା କର୍ମଚାରୀ, ରେଡକ୍ରସ, ଏନଏସଏସ ଓ ନେହେରୁ ଯୁବ କେନ୍ଦ୍ର ସ୍ଵେଚ୍ଛାସେବୀ, ଗ୍ରାମପଞ୍ଚାୟତ ଓ ସ୍ଵାୟତଶାସନ ସଂସ୍ଥାର କର୍ମୀମାନେ ଏଥିରେ ସାମିଲ ଅଛନ୍ତି । ପିଜି ଓ ନର୍ସିଙ୍ଗ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଗୋଷ୍ଠୀ ଗଠନ କରାଯାଇଛି । ୩୧ ହଜାରରୁ ଊର୍ଦ୍ଧ୍ଵ ସରକାରୀ କାର୍ୟ୍ୟରତ ଓ ଅବସରପ୍ରାପ୍ତ ଚିକିତ୍ସକ, ସଶସ୍ତ୍ର ସେନା ଚିକିତ୍ସା ସେବା ଅଧିକାରୀ, ସରକାରୀ ଉଦ୍ୟୋଗ ଓ ଘରୋଇ ଚିକିତ୍ସକ କୋଭିଡ-୧୯ ସଂଗ୍ରାମରେ ସାମିଲ ହେବାକୁ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ମୁଖମଣ୍ଡଳର ସୁରକ୍ଷା ପାଇଁ ଘର ତିଆରି ଉପକରଣ ଉପରେ ଆଦେଶନାମା ଜାରି କରିଛି, ଯାହାକି https://www.mohfw.gov.in/ pdf/ Advisory&Manualonuseof HomemadeProtective CoverforFace &Mouth.pdf ରେ ଉପଲବ୍ଧ । ୩୦ଟି ଟ୍ରେନିଂ ମଡ୍ୟୁଲ ବର୍ତ୍ତମାନ ସୁଦ୍ଧା ପ୍ରସ୍ତୁତ କରାଯାଇଛି । ଏଗୁଡିକ କ୍ଲିନିକ ପରିଚାଳନା, ଭେଣ୍ଟିଲେଟର ସହାୟତା, ସଂକ୍ରମଣର ପ୍ରତିଷେଧକ ଓ ନିୟନ୍ତ୍ରଣ, କ୍ଵାରେଣ୍ଟାଇନ ପରିଚାଳନା ଏହାର ଅନ୍ତର୍ଭୁକ୍ତ । ଏ ସମ୍ପର୍କରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ୱେବସାଇଟ www.mohfw.gov.inରେ ସମସ୍ତ ତଥ୍ୟ ଉପଲବ୍ଧ ହେଉଛି ।
ଦେଖାଯାଇଛି ଯେ, ଏଥିରେ ଅଧିକାଂଶ ବୟସ୍କ ବ୍ୟକ୍ତି କିମ୍ବା ମଧୁମେୟ, ଉଚ୍ଚ ରକ୍ତଚାପ, ବୃକ୍କକ ଓ ହୃଦରୋଗ ଭଳି ସମସ୍ୟା ଥିବା ଲୋକମାନେ ଅଧିକ ମୃତ୍ୟୁମୁଖରେ ପଢୁଛନ୍ତି । ଏହାଛଡା କାରୋନା ଭୂତାଣୁ ଆକ୍ରାନ୍ତ ରୋଗୀମାନଙ୍କର ବୟସ ଭିତ୍ତିକ ଏକ ବିଶ୍ଲେଷଣାତ୍ମକ ପ୍ରୋଫାଇଲ ମଧ୍ୟ ପ୍ରସ୍ତୁତ କରାଯାଉଛି ।

୨୦ ବର୍ଷ ମଧ୍ୟରେ ୮.୬୧ ପ୍ରତିଶତ ମାମଲା ଦେଖାଯାଉଥିବା ବେଳେ ୨୧ ରୁ ୪୦ ବର୍ଷ ମଧ୍ୟରେ ୪୧.୮୮ ପ୍ରତିଶତ, ୪୧ ରୁ ୬୦ ବର୍ଷ ମଧ୍ୟରେ ୩୨.୮୨ ପ୍ରତିଶତ ଓ ୬୦ ବର୍ଷରୁ ଊର୍ଦ୍ଧ୍ଵ ୧୬.୬୯ ପ୍ରତିଶତ ମାମଲା ରହିଛି ।

ଉଡାଣ ଓ ଜୀବନରେଖା ଅଧୀନରେ ପଣ୍ୟବାହୀ ଉଡାଜାହାଜ ପାଖାପାଖି ୧୧୯ ଟନ ଡାକ୍ତରୀ ସରଞ୍ଜାମ ଦେଶର ବିଭିନ୍ନ ରାଜ୍ୟ ତଥା ଦୂରଦୂରାନ୍ତ ଅଞ୍ଚଳରେ ପହଞ୍ଚାଇଛି ।
ବର୍ତ୍ତମାନ ସୁଦ୍ଧା ୨୯୦୨ଟି କରୋନା ସଂକ୍ରମଣ ମାମଲା ଦୃଷ୍ଟିକୁ ଆସିଥିବା ବେଳେ ୬୮ ଜଣଙ୍କର ପ୍ରାଣହାନୀ ଘଟିଛି ଏବଂ ୧୮୩ ଜଣ ରୋଗୀ ସୁସ୍ଥ ହେବାପରେ ଘରକୁ ଫେରିଛନ୍ତି । ୩୦୭୨ଟି ସଂକ୍ରମଣ ମାମଲା ମଧ୍ୟରୁ ୧୦୨୩ ମାମଲା ୧୭ଟି ରାଜ୍ୟରୁ ତବ୍ଲିଗ ଜମାତରେ ଯୋଗଦେଇଥିବା ବ୍ୟକ୍ତିମାନଙ୍କର ବୋଲି ଜଣାପଡିଛି । ମୃତ୍ୟୁ ସଂଖ୍ୟା ୭୫ ଅତିକ୍ରମ କରିଛି ।  ଏହି ରାଜ୍ୟଗୁଡିକ ହେଲା ତାମିଲନାଡୁ, ଦିଲ୍ଲୀ, ଆନ୍ଧ୍ରପ୍ରଦେଶ, ଆସାମ, ଜମ୍ମୁ ଓ କଶ୍ମୀର, ରାଜସ୍ଥାନ, ତେଲଙ୍ଗାନା, ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜ, ଅରୁଣାଚଳ ପ୍ରଦେଶ, ହରିୟାଣା, ହିମାଚଳ ପ୍ରଦେଶ, ଝାଡଖଣ୍ଡ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶ । କୋଭିଡ-୧୯ ସମ୍ପର୍କରେ ସବୁଠାରୁ ବିଶ୍ଵସ୍ତ ଓ ସଦ୍ୟତମ ସୂଚନା ପାଇବା ପାଇଁ www.mohfw.gov.in ଜରିଆରେ ପ୍ରାପ୍ତ କରିହେବ । ସେହିପରି କୋଭିଡ-୧୯ର ବୈଷୟିକ ପ୍ରଶ୍ନଗୁଡିକ technicalquery.covid19@gov.inରୁ ଅନ୍ୟାନ୍ୟ ସୂଚନା ncov2019@gov.in ମାଧ୍ୟମରେ ମିଳିପାରିବ ।
କୋଭିଡ-୧୯ ସମ୍ପର୍କରେ ଅନ୍ୟ ଯେକୌଣସି ସୂଚନା ପାଇବାକୁ ହେଲେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନମ୍ବର +୯୧-୧୧-୨୩୯୭୮୦୪୬ କିମ୍ବା ୧୦୭୫ (ଦେୟ ମୁକ୍ତ) ଫୋନ ଯୋଗେ ମିଳିପାରିବ ।

Comments are closed.