ବିଶ୍ବରେ କରୋନା ମୃତ୍ୟୁ ୮ ଲକ୍ଷ ୧୬ ହଜାର ଟପିଲା

ନୂଆଦିଲ୍ଲୀ : ସାରା ବିଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବଢି ଚାଲିଛି। ବର୍ତ୍ତମାନ ସୁଦ୍ଧା ବିଶ୍ବର ମୋଟ ୨୧୩ଟି ଦେଶକୁ ମହାମାରୀ କରୋନା କବଳିତ କରିସାରିଛି। ସମଗ୍ର ବିଶ୍ବରେ କରୋନାଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ବର୍ତ୍ତମାନ ବିଶ୍ବରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮ ଲକ୍ଷ ୧୬ ହଜାର ୫୧୪ରେ ପହଞ୍ଚିଛି। ଏହାସହିତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୩୮ ଲକ୍ଷ ୬୫୯କୁ ବୃଦ୍ଧି ପାଇଛି। ସେହିଭଳି ସାରା ବିଶ୍ବରେ କରୋନା ସଂକ୍ରମଣରୁ ଏପର୍ଯ୍ୟନ୍ତ ୧ କୋଟି ୬୩ ଲକ୍ଷ ୪୭ ହଜାର ୨୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ସୂଚନା ମିଳିଛି।