ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୮ଲକ୍ଷ ୬୭ ହଜାର ୨୯୫

ନୂଆଦିଲ୍ଲୀ : ବିଶ୍ବରେ କୋରୋନା ଜନିତ ମୃତ୍ୟୁସଂଖ୍ୟା ୮ଲକ୍ଷ ୬୭ ହଜାର ୨୯୫କୁ ବୃଦ୍ଧି ପାଇଛି । ସେହିପରି ବିଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨କୋଟି ୬୧ ଲକ୍ଷ ୭୬ହଜାର ୧୪୦ ରହିଥିବାବେଳେ ଏପର୍ଯ୍ୟନ୍ତ କରୋନାରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୮୪ଲକ୍ଷ ୪୧ହଜାର ୪୫୩ ରୋଗୀ। ବିଶ୍ୱରେ ବର୍ତ୍ତମାନ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୮ଲକ୍ଷ ୬୭ହଜାର ୩୯୨ ରହିଛି।

ଆମେରିକାରେ ସର୍ବାଧିକ ୧ ଲକ୍ଷ ୮୯ ହଜାର ୯୪୧ ମୃତ୍ୟୁ ବରଣ କରିଥିବାବେଳେ ବ୍ରାଜିଲରେ ୧ ଲକ୍ଷ ୨୩ ହଜାର ୮୯୯, ରୁଷିଆରେ ୧୭, ୪୧୪ ମୃତ, ପେରୁରେ ୨୯ ହଜାର ୨୫୯ ରୋଗୀ ମୃତ୍ୟୁ ବରଣ କରିଛନ୍ତି। ବିଶ୍ବ କୋରୋନା ତାଲିକାର ଭାରତ ତୃତୀୟ ସ୍ଥାନରେ ରହିଛି।

Comments are closed.