ଆଜି ଚିହ୍ନଟ ୫୮ ଜଣଙ୍କ ମଧ୍ୟରେ ୪୧ ସୁରତ ଫେରନ୍ତା, ୧୦ ପଶ୍ଚିମବଙ୍ଗ ଓ ୫ କର୍ଣ୍ଣାଟକ ଫେରନ୍ତା

ଭୁବନେଶ୍ଵର : ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୫୮ ଆକ୍ରାନ୍ତ ଓ ମୃତକଙ୍କ ବିଷୟରେ ସବିଶେଷ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ଆଜି ଚିହ୍ନଟ ୫୮ ଜଣଙ୍କ ମଧ୍ୟରୁ ୫୭ ଜଣ ବାହାର ରାଜ୍ୟ ଫେରନ୍ତା ହୋଇଥିବା ବେଳେ ଅନ୍ୟ ଜଣେ ଆକ୍ରାନ୍ତ ଅନୁଗୁଳ ଜିଲ୍ଲାର ସ୍ଥାନୀୟ ବାସିନ୍ଦା ବୋଲି ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।


ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ସୂଚନା ଅନୁସାରେ ଗଞ୍ଜାମର ସମସ୍ତ ୨୯ ଓ ମୟୂରଭଞ୍ଜର ଜଣେ , ଅନୁଗୁଳର ୧୩ ଜଣଙ୍କ ମଧ୍ୟରୁ ୧୧ଜଣ ହେଉଛନ୍ତି ସୁରତ ସୁରତ ଫେରନ୍ତା ।ସେହିପରି ଆଜି ବାଲେଶ୍ୱର ଜିଲାରୁ ଚିହ୍ନଟ ୧୫ ଜଣଙ୍କ ମଧ୍ୟରୁ ୫ କର୍ଣ୍ଣାଟକ ଓ ୧୦ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଏଥିରୁ ସ୍ପଷ୍ଟ ହୋଇଛି। ଅନୁଗୁଳର ଜଣେ ମହାରାଷ୍ଟ୍ର ଫେରନ୍ତା ଓ ଜଣେ ସ୍ଥାନୀୟ ବ୍ୟକ୍ତି ବୋଲି ସୂଚନା ଦିଆଯାଇଛି। ଆଜି ଚିହ୍ନଟ ସମସ୍ତ ୫୮ ଜଣଙ୍କ ମଧ୍ୟରୁ ଅନୁଗୁଳରେ ଜଣେ ସ୍ଥାନୀୟ ବ୍ୟକ୍ତି ଆକ୍ରାନ୍ତ ହୋଇଥିବା ବେ​‌ଳେ ଅନ୍ୟ ୫୭ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩ରେ ପହଞ୍ଚିଛି । ପୂର୍ବରୁ ଭୁବନେଶ୍ୱରରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଜି ଗଞ୍ଜାମ ଜିଲ୍ଲାରେ ଜଣେ ପ୍ରାଣ ହରାଇଛନ୍ତି । ତୃତୀୟ ମୃତକଙ୍କର ୨ ଦିନ ତଳେ ମୃତ୍ୟୁ ହୋଇଥିଲେ ହେଁ ପରେ ତାଙ୍କର ସ୍ବାବ୍ ଟେଷ୍ଟ ହୋଇଥିଲା। ସ୍ବାବ ଟେଷ୍ଟରୁ ସେ କରୋନା ଆକ୍ରାନ୍ତ ବୋଲି ସ୍ପଷ୍ଟ ହୋଇଛି।

Comments are closed.