ରାଜ୍ୟରେ ଆଉ ୪ କରୋନା ରୋଗୀ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରୋ ବୁଧବାର ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୩ ରୁ ବୃଦ୍ଧି ହୋଇ ୮୭ରେ ପହଞ୍ଚିଛି।  ଚିହ୍ନଟ ହୋଇଥିବା ୪ଜଣ କରୋନା ଆକ୍ରାନ୍ତ ଯାଜପୁର ଜିଲାର ବୋଲି ଜଣାପଡ଼ିଛି। ଏମାନଙ୍କ ମଧ୍ୟରେ ୩ଜଣ ମହିଳା ରହିଥିବାବେଳେ ଜଣେ ପୁରୁଷ କରୋନା ଆକ୍ରାନ୍ତ ରହିଛନ୍ତି। ଆକ୍ରାନ୍ତ ୪ଜଣ ଗୋଟିଏ ପରିବାରର ଏମାନଙ୍କର ପଶ୍ଚିମବଙ୍ଗ ଲିଙ୍କ ରହିଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚାନା ଦିଆଯାଇଛି। ଯାଜପୁରରେ ୪ ଜଣ କରୋନା ରୋଗୀ ଚିହ୍ନଟ ହେବାପରେ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରୁ ୧୧ ଜଣ ଚିକିତ୍ସିତ ଅବସ୍ଥାରେ ଥିବାବେଳେ ଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ରାଜ୍ୟରେ ଆଜି ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ।  ସୁସ୍ଥ ହୋଇଥିବା କରୋନା ରୋଗୀ ଜଣଙ୍କ ଭୁବନେଶ୍ବର ଅଞ୍ଚଳ ବୋଲି ଜଣାପଡ଼ିଥିଲା। ଏହାସହ ରାଜ୍ୟରେ କରୋନା ସୁସ୍ଥ ସଂଖ୍ୟା ମଧ୍ୟ ୩୩କୁ ବୃଦ୍ଧି ପାଇଥିବାବେଳେ ୫୩ ଜଣ ଚିକିତ୍ସିତ ଅବସ୍ଥାରେ ଅଛନ୍ତି ।

Comments are closed.