ରାଜ୍ୟରେ ଆଉ ୩ ହଜାର ୫୪୩ କରୋନା ଆକ୍ରାନ୍ତ‌ ଚିହ୍ନଟ

ଭୁବନେଶ୍ଵର : ରାଜ୍ୟରେ ଶନିବାର ଆଉ ୩ ହଜାର ୫୪୩ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୨ ହଜାର ୧୬୧ ଚିହ୍ନଟ ହୋଇଥିବାବେଳେ ୧୩୮୨ ସ୍ଥାନୀୟ ସଂକ୍ରମଣ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୨୦ ହଜାର ୨୨୧ରେ ପହଞ୍ଚିଛି । ଏଥିମଧ୍ୟରୁ ୨୯୨୯୯ଟି ଆକ୍ଟିଭ୍‌ କେସ୍‌ ରହିଥିବାବେଳେ ୯୦୩୩୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୦୪୮୦୦୮ଟି ସାମ୍ପୁଲ ଟେଷ୍ଟ୍ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି।

Comments are closed.