ଖୁସି ଖବର : ରାଜ୍ୟରେ ସୁସ୍ଥ ହେଲେ ଆଉ ୯୦ କରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟଙ୍କ ସଂଖ୍ୟା ୯୭୭କୁ ବୃଦ୍ଧି

ଭୁବନେଶ୍ଵର : ରାଜ୍ୟରେ ଶୁକ୍ରବାର ଆଉ ୯୦ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏଥିସହିତ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୯୭୭କୁ ବୃଦ୍ଧି ପାଇଛି। ସୁସ୍ଥମାନଙ୍କ ଭିତରେ ଜଗତସିଂହପୁର ଜିଲାରୁ ୨୩ ଜଣ, ଯାଜପୁରରୁ ୨୨ ଜଣ, ଭଦ୍ରକରୁ ୨୧ ଜଣ, ଗଞ୍ଜାମରୁ ୧୫, କଟକରୁ ୩, ଖୋର୍ଦ୍ଧା ଓ ସମ୍ବଲପୁରରୁ ୨ ଜଣ ଲେଖାଏଁ ଏବଂ ବାଲେଶ୍ଵର ଓ ନୟାଗଡ଼ରୁ ଜଣେ ଲେଖାଏଁ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ କରି ଏହି ସୂଚନା ଦିଆଯାଇଛି।

Comments are closed.