ରାଜ୍ୟ ପାଇଁ ଖୁସି ଖବର: ସୁସ୍ଥ ହେଲେ ଆଉ ୯୯ କରୋନା ରୋଗୀ, ଆରୋଗ୍ୟଙ୍କ ସଂଖ୍ୟା ୬୪୯କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟ ପାଇଁ ଖୁସି ଖବର।  ସୋମବାର ରାଜ୍ୟରେ ଆଉ ୯୯ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏହା ସହ ମୋଟ କରୋନା ଆରୋଗ୍ୟଙ୍କ ସଂଖ୍ୟା ୬୪୯କୁ ବୃଦ୍ଧି ହୋଇଛି। ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତମାନଙ୍କ ମଧ୍ୟରୁ  ବାଲେଶ୍ବର-୩୪, ଗଞ୍ଜାମ- ୧୫, ଯାଜପୁର- ୧୩ , କେନ୍ଦ୍ରାପଡା- ୧୩, ପୁରୀ -୧୦ , ଭଦ୍ରକ-୯,  ନୟାଗଡ଼- ୩, ସୁନ୍ଦରଗଡ଼ ଓ ଦେବଗଡ ଜିଲାରୁ ଜଣେ ଲେଖାଏଁ ରହିଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।

ସୂଚନା ଅନୁଯାୟୀ, ରାଜ୍ୟରେ ଏବେ ସୁଦ୍ଧା ୧୪୩୮ ଜଣ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ବେଳେ ୭୮୨ଜଣ ଚିକତ୍ସାଧିନ , ୬୪୯ ସୁସ୍ଥ  ଓ ୭ ଜଣଙ୍କର ମୃତ୍ୟୁ ଘଟିଛି ।

Comments are closed.