ନୂଆପଡା ଜିଲାରୁ ଆଜି ୨୨ ଆକ୍ରାନ୍ତ ସୁସ୍ଥ : ବର୍ତ୍ତମାନ ସୁଦ୍ଧା ଜିଲାରୁ ଚିହ୍ନଟ ହେଲେଣି ୬୮ ଆକ୍ରାନ୍ତ

ଖଡିଆଳ : ନୂଆପଡା ଜିଲାରେ କୋଭିଡ ପଜିଟିଭ ସଂଖ୍ୟା ବର୍ତ୍ତମାନ ପର୍ଯ୍ୟନ୍ତ ୬୮ ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୩୬ ଜଣ ସୁସ୍ଥ ହୋଇଛନ୍ତି। ଗତ ୫ ତାରିଖ ଦିନ ଜିଲାର ୧୪ ଜଣ ସୁସ୍ଥ ହୋଇଥିବା ବେଳେ ଆଜି ୨୨ ଜଣ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ନୂଆପଡା ଜିଲାରେ ଆକ୍ଟିଭ କେସ ୩୨ ଜଣ ରହିଥିବା ଜଣାପଡିଛି। ଆଜିର ସୁସ୍ଥ ସବୁ ୨୨ ଜଣ ରାଉଲକେଲା କୋଭିଡ ହସ୍ପିଟାଲରୁ ସୁସ୍ଥ ହୋଇଫେରିଥିବା ନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ କାଳୀ ଚରଣ ବେହେରା ସୂଚନା ଦେଇଛନ୍ତି। ନୂଆପଡା ଜିଲାରେ ଆରୋଗ୍ୟ ହାର ୫୦ପ୍ରତିଶତରୁ ଊର୍ଦ୍ଧ୍ବ ରହିଥିବା ଜଣାପଡିଛି।

Comments are closed.