କୋଭିଡ୍-୧୯: ରାଜ୍ୟରେ ପଜିଟିଭ୍ ୬୨୪, ସୁସ୍ଥ ୧୫୮

ଭୁବନେଶ୍ବର: ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୭୭,୧୫୦ଟି ନମୁନା କୋଭିଡ୍-୧୯ ପରୀକ୍ଷା କରାଯାଇଛି। ବର୍ତ୍ତମାନ ସୁଦ୍ଧା ସମୁଦାୟ ୬୨୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୧୫୮ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି/ଡାକ୍ତରଖାନାରୁ ଫେରିଛନ୍ତି । ୩ ଜଣ କୋଭିଡ୍-୧୯ ରୋଗୀଙ୍କର ମୃତୁ୍ୟ ହୋଇଛି। ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୪୬୩ ରହିଛି। ୫୯୪ ଜଣ ହସ୍ପିଟାଲ୍ ଆଇସୋଲେସନ୍ରେ ଅଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୬ ଜଣ କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଯେଉଁମାନେ କେବଳ କ୍ୱାରାଣ୍ଟାଇନ୍ ସେଣ୍ଟର ଏବଂ କଣ୍ଟେନ୍ମେଣ୍ଟ ଜୋନ୍ରୁ ଚିହ୍ନଟ ହୋଇଛନ୍ତି। ଏହା ପ୍ରଭାବୀ କ୍ୱାରାଣ୍ଟାଇନ୍ ନିୟମାବଳୀର ଅନୁପାଳନ ଫଳରେ ସମ୍ଭବ ହୋଇଛି ବୋଲି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ୍ ବାଗ୍ଚୀ ସୂଚନା ଦେଇଛନ୍ତି।