କମୁଛି ସଂକ୍ରମଣ ; ୧୧୫୦ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ଦିନକରେ ଆଉ ୧,୧୫୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥି ସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୩୦,୩୪,୨୧୭କୁ ବୃଦ୍ଧି ପାଇଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୧,୪୦୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ଦେଶରେ ମୋଟ ଆରୋଗ୍ୟ ସଂଖ୍ୟା ୪,୨୫,୦୧,୧୯୬ରେ ପହଞ୍ଚିଛି। ଦେଶରେ କରୋନା ଆରୋଗ୍ୟ ହାର ୯୮.୭୬% ରହିଛି । ଚିକିତ୍ସାଧୀନ ଅବସ୍ଥାରେ ଆଉ ୮୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୨୧,୬୫୬ରେ ପହଞ୍ଚିଛି ।

ଦେଶରେ ଚିକିତ୍ସାଧୀନ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୧,୩୬୫କୁ ହ୍ରାସ ପାଇଛି। ଅନ୍ୟପକ୍ଷରେ  ସକ୍ରିୟ ଆକ୍ରାନ୍ତ ହାର ୦.୦୩ % ରହିଛି।

Comments are closed.