ଦେଶରେ ୨୪ ଘଣ୍ଟାରେ ୩୮ ହଜାର ୬୧୭ ନୂଆ କରୋନା ଆକ୍ରାନ୍ତ, ୪୭୪ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟ ହ୍ରାସା ପାଇବାରେ ଲାଗିଛି। କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ଆଶ୍ବସ୍ତି ମିଳିଛି।  ଗତ ୨୪ ଘଣ୍ଟାରେ ୩୮ ହଜାର ୬୧୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୯ ଲକ୍ଷ ୧୨ ହଜାର ୯୦୭ ରେ ପହଞ୍ଚିଛି। ସେହିପରି ଗୋଟିଏ ଦିନରେ ୪୭୪ ଜଣ କରୋନା କରୋନା ଆକ୍ରାନ୍ତରେ ପ୍ରାଣ ହରାଇଛନ୍ତି। ଏଥିସହ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ହଜାର ୩୦ ହଜାର ୯୯୩ କୁ ବୃଦ୍ଧି ପାଇଛି। ଦେଶରେ ଏବେ୪ ଲକ୍ଷ ୪୬ ହଜାର ୮୦୫ଜଣ ସକ୍ରିୟ ରୋଗୀ ଥିବାବେଳେ ୮୩ ଲକ୍ଷ ୩୫ ହଜାର ୧୦୯ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.