ଦେଶରେ ୮୦ ହଜାର ଟପିଲା କରୋନା ମୃତ୍ୟୁ, ୨୪ ଘଣ୍ଟାରେ ୮୩ ହଜାର ୮୦୯ ଆକ୍ରାନ୍ତ, ୧୦୫୪ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୮୩ ହଜାର ୮୦୯ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୯ ଲକ୍ଷ ୩୦ ହଜାର ୨୩୬ ରେ ପହଞ୍ଚିଛି। ସେହିପରି ଦେଶରେ ୮୦ ହଜାର ପାର କରିଛି କରୋନା ମୃତ୍ୟୁ ସଂଖ୍ୟା। ଗୋଟିଏ ଦିନରେ ୧୦୫୪ ଜଣ କରୋନା କରୋନା ଆକ୍ରାନ୍ତରେ ପ୍ରାଣ ହରାଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୮୦ ହଜାର ୭୬୬ କୁ ବୃଦ୍ଧି ପାଇଛି। ଦେଶରେ ଏବେ ୯ ଲକ୍ଷ ୯୦ ହଜାର ୦୬୧ ଜଣ ସକ୍ରିୟ ରୋଗୀ ଥିବାବେଳେ ୩୮ଲକ୍ଷ୫୯ ହଜାର ୩୯୯ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.