୨୪ ଘଣ୍ଟାରେ ଦେଶରେ ୯୦ ହଜାର ୬୩୩ କରୋନା ଆକ୍ରାନ୍ତ, ୧୦୬୫ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୯୦ ହଜାର ୬୩୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୧ ଲକ୍ଷ ୧୩ ହଜାର ୮୧୧ରେ ପହଞ୍ଚିଛି। ସେହିପରି ଗୋଟିଏ ଦିନରେ ୧୦୬୫ ଜଣ କରୋନା କରୋନା ଆକ୍ରାନ୍ତରେ ପ୍ରାଣ ହରାଇଛନ୍ତି। ଏଥିସହ ମୋଟ ମୃତ୍ୟୁ ସଂଖ୍ୟା ୭୦ ହଜାର ୬୨୬ କୁ ବୃଦ୍ଧି ପାଇଛି। ଦେଶରେ ଏବେ ୮ ଲକ୍ଷ ୬୨ ହଜାର ୩୨୦ ଜଣ ସକ୍ରିୟ ରୋଗୀ ଥିବାବେଳେ ୩୧ ଲକ୍ଷ ୮୦ ହଜାର ୮୬୫ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.