ରାଜ୍ୟରେ ଆଉ ଦୁଇ ମୁଣ୍ଡ ନେଲା କରୋନା : ମୃତ୍ୟୁ ସଂଖ୍ୟା ୨୭

ଭୁବନେଶ୍ବର : ରାଜ୍ୟ​‌ରେ ଗୁରୁବାର କରୋନାରେ ଆଉ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଜଣେ ଗଞ୍ଜାମ ଜିଲାର ୪୯ ବର୍ଷୀୟ ପୁରୁଷ ହୋଇଥିବାବେଳେ ଆଉ ଜଣେ ଅନୁଗୁଳ ଜିଲାର ୫୭ ବର୍ଷୀୟ ପୁରୁଷ ହୋଇଥିବା ଜଣାପଡିଛି। ଉଭୟ କରୋନାରେ ପିଡୀତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି।

Comments are closed.