କରୋନା ଅପଡେଟ – ଚୀନର ହୁବେଇ ଅଞ୍ଚଳରେ ମୃତ୍ୟୁ ସଂଖ୍ୟା ଟପିଲା ୨ ହଜାର

ସମାଜ ପୋର୍ଟାଲ ଡେସ୍କ: କରୋନା ସଂକ୍ରମଣ ଚୀନର ହୁବେଇ ଅଞ୍ଚଳରେ ଗତ କାଲି ୧୦୮ ଜଣଙ୍କ ମୃତ୍ୟୁ ଓ ହୁଆନରେ ୮୮ ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ ସଂଖ୍ୟା ୨ ହଜାର ୨୯ ଅତିକ୍ରମ କରିଛି। ତେବେ ସେଠାକାର ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ, ମଙ୍ଗଳବାର ତୁଳନାରେ ବୁଧବାର ଏହି ଭୁତାଣୁ ସଂକ୍ରାମିତଙ୍କ ସଂଖ୍ୟାରେ ହ୍ରାସ ପାଇଛି। ମଙ୍ଗଳବାର ୧ ହଜାର ୬୯୩ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗତ କାଲି ମାତ୍ର ୩୪୯ ଜଣଙ୍କ ଠାରେ ଏହି ଭୁତାଣୁ ସଂକ୍ରମଣ ଦେଖାଦେଇଛି। ଏ ଯାଏଁ ମୋଟ ୬୨ ହଜାର ୩୧ ଜଣ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି।

ସମ୍ପୂର୍ଣ୍ଣ ଚୀନରେ କରୋନା ଭୁତାଣୁ ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ୨ହଜାର ୧୧୨ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୭୪ ହଜାର ୧୮୫ ରହିଛି। ଚୀନ ବ୍ୟତୀତ ବିଶ୍ୱର ଅନ୍ୟାନ୍ୟ ଦେଶରେ ଏହି ଭୁତାଣୁ ସଂକ୍ରମଣରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି।

Comments are closed.