ରାଜ୍ୟରେ କରୋନା ନେଲା ଆଉ ୪ ଜୀବନ ; ମୋଟ ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟରେ ମଙ୍ଗଳବାର କରୋନା ଆଉ ୪ ଜୀବନ ନେଇଛି । ୪ଜଣଙ୍କ ମଧ୍ୟରୁ ୩ଜଣ ଗଞ୍ଜାମ ଜିଲାର ହୋଇଥିବା ବେଳେ ଜଣେ କଟକ ଜିଲାର ରହିଛନ୍ତି । ଏଥିସହ କରୋନା ମୃତ୍ୟୁ ସଂଖ୍ୟା ଗଞ୍ଜାମ ଜିଲାରେ ୨୪ ଓ କଟକରେ ୫ରେ ପହଞ୍ଚିଛି। ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି ହୋଇଛି ।

 

ସେହିପରି କରୋନାରେ ଆକ୍ରାନ୍ତ ଆଉ ୨ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି। ତେବେ କ୍ୟାନସର ଯୋଗୁ ସେମାନଙ୍କ ମୃତ୍ୟୁ ଘଟିଥିବା କୁହାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ କଟକର ୮୦ ବର୍ଷୀୟ ବୃଦ୍ଧ ହୋଇଥିବା ବେଳେ ଅନ୍ୟ ଜଣେ ମୟୂରଭଞ୍ଜର ୪୫ ବର୍ଷୀୟ ବ୍ୟକ୍ତି।

 

Comments are closed.