ରାଜ୍ୟରେ ସୁସ୍ଥ ହେଲେ ଆଉ ୯୧ କରୋନା ଆକ୍ରାନ୍ତ ; ଆରୋଗ୍ୟଙ୍କ ସଂଖ୍ୟା ୧,୪୧୬

ଭୁବନେଶ୍ବର : ରାଜ୍ୟରେ ବୁଧବାର ଆଉ ୯୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ  ସଂଖ୍ୟା ୧,୪୧୬ କୁ ବୃଦ୍ଧି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।

ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତମାନଙ୍କ ମଧ୍ୟରୁ ଦେବଗଡ଼-୨୨, ପୁରୀ-୧୬, ନୟାଗଡ଼-୧୫, ବଲାଙ୍ଗୀର- ୯ ଜଣ ସୁସ୍ଥ ହୋଇଛନ୍ତି ।  ଅନୁଗୁଳ ଓ ବାଲେଶ୍ବର ଜିଲାରୁ ୫ଜଣ । ଭଦ୍ରକ ଓ ସୁନ୍ଦରଗଡ଼ ଜଲାରୁ ୩ ଜଣ । କଟକ, ଗଞ୍ଜାମ, ଖୋର୍ଦ୍ଧା, କଳାହାଣ୍ଡି, ଓ ବରଗଡ଼ ଜିଲାରୁ ୨ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ଢେଙ୍କାନାଳ, ଗଜପତି ଓ ଯାଜପୁର ଜିଲାରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।

Comments are closed.