ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କୁ କରୋନା

ଭଦ୍ରକ : ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ସ୍ବାମୀ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ କରୋନାରେ ସଂକ୍ରମିତ ହୋଇଛନ୍ତି। ଏନେଇ ଟ୍ବିଟ୍ କରି ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ନିଜେ ସୂଚନା ଦେଇଛନ୍ତି। ପୂର୍ବରୁ ତାଙ୍କ ପତ୍ନୀ ସାଂସଦ ମଞ୍ଜୁଲତା ମଣ୍ଡଳ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ନେଇ ଟ୍ବିଟ୍ ଯୋଗେ ସୂଚନା ଦେଇଥିଲେ।

ତେବେ ମୁକ୍ତିକାନ୍ତ ସୁସ୍ଥ ଥିବା ନେଇ ସୂଚନା ଦେଇଛନ୍ତି। ସେ ଏବେ ଗୃହ ସଙ୍ଗରୋଧରେ ରହିଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ଥ ଲୋକଙ୍କୁ ସେ ସଙ୍ଗରୋଧରେ ରହିବା ସହ କରୋନା ପରୀକ୍ଷା କରେଇନେବାପାଇଁ ଅନୁରୋଧ କରିଛନ୍ତି।

Comments are closed.