ଭୁବନେଶ୍ବରରେ ଆଉ ୧୫୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ସହରରେ ଆଜି ଆଉ ୧୫୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ କ୍ବାରେଣ୍ଟାଇନ୍‌ରୁ ୧୧୮ ଜଣ ଏବଂ ୪୧ଟି ଲୋକାଲ୍‌ କଣ୍ଟାକ୍ଟ କେସ୍ ରହିଛି‌। ନୟାପଲ୍ଲୀ ତ୍ରିନାଥ ବସ୍ତିରୁ ସର୍ବାଧିକ ୪୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏହାକୁ ମିଶାଇ ରାଜଧାନୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୧୫୦ରେ ପହଁଚିଛି । ଏହାମଧ୍ୟରୁ ୧୦୧୧ଜଣ ସୁସ୍ଥ ହୋଇଥିବା ବେଳେ ୧୨ଜଣ ପ୍ରାଣ ହରାଇଛନ୍ତି । ସେହିପରି ୧୧୨୫ଟି ସକ୍ରିୟ କେସ୍ ରହିଛି ।

Comments are closed.