ଭୁବନେଶ୍ବରରୁ ଆଉ ୨ଆକ୍ରାନ୍ତ ଚିହ୍ନଟ , ସୁସ୍ଥ ହେଲେ ୫ଜଣ

ଭୁବନେଶ୍ବର : ଭୁବନେଶ୍ବରରେ ମଙ୍ଗଳବାର ୨ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୫ଜଣ ସୁସ୍ଥ ହୋଇଛନ୍ତି। ଚିହ୍ନଟ ଦୁଇ ଆକ୍ରାନ୍ତ ମଧ୍ୟରୁ ଜଣେ ହୋମ କ୍ବାରେଣ୍ଟାଇନ ଥିବାବେଳେ ଓ ଅନ୍ୟ ଜଣେ ସ୍ଥାନୀୟ ସଂକମଣରୁ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। କ୍ବାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣଙ୍କ ଘର ଜୟଦେବ ବିହାର ହୋଇଥିବା ବେଳେ ଅନ୍ୟଜଣଙ୍କ ଘର ସରଣପାଲି। ଏ ନେଇ ବିଏମସି ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ, ଭୁବନେଶ୍ବରରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୮ ରହିଛି। ସୁସ୍ଥ- ୯୮, ଚିକିତ୍ସାଧିନ- ୯୬ ଓ ମୃତ୍ୟୁ ୩ ଜଣଙ୍କର ହୋଇଛି ।

Comments are closed.