ଭୁବନେଶ୍ଵରରୁ ଆଉ ୪୦୪ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ରାଜଧାନୀ  ଭୁବନେଶ୍ୱରରୁ ସୋମବାର ଆଉ ରେକର୍ଡ ସଂଖ୍ୟକ ୪୦୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାସହ ଭୁବନେଶ୍ୱରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦୪୨୫ରେ ପହଞ୍ଚିଛି। ୨୭୩ଜଣ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ।

ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ୧୦୪୨୫ଟି ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୬୩୩୪ଜଣ ଆରୋଗ୍ୟ ଲାଭ କରିଛନ୍ତି। ସେହିପରି ୪୨ଜଣ ପ୍ରାଣ ହରାଇଥିବାବେଳେ ୪୦୩୮ଟି ସକ୍ରିୟ କେସ୍ ରହିଛି। ଏନେଇ ଭୁବନେଶ୍ଵର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.