ରାଜ୍ୟରେ ଆଉ ୩ହଜାର ୬୩୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଗୁରୁବାର ଆଉ ୩ ହଜାର ୬୩୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୨୧୪ ଜଣ ଚିହ୍ନଟ ହୋଇଥିବାବେଳେ ଓ ସ୍ଥାନୀୟ ଅଞ୍ଚଳରୁ ୧୪୧୭ ରହିଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଖ୍ୟା ୧ ଲକ୍ଷ ୧୩ ହଜାର ୪୧୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି।

ଆଜି ଅନୁଗୁଳ ଜିଲ୍ଲାରୁ ୪୧ଜଣ, ବାଲେଶ୍ୱର ଜିଲ୍ଲାରୁ୧୧୪ଜଣ, ବରଗଡ ଜିଲ୍ଲାରୁ ୨୩୮ଜଣ, ଭଦ୍ରକ ଜିଲ୍ଲାରୁ ୧୮୬ଜଣ, ବଲାଙ୍ଗୀର ଜିଲ୍ଲାରୁ ୩୯ଜଣ, ବୌଦ୍ଧ ଜିଲ୍ଲାରୁ ୨୭ଜଣ, କଟକ ଜିଲ୍ଲାରୁ ୩୭୦ଜଣ, ଦେଓଗଡ଼ ଜିଲ୍ଲାରୁ ୧୧ଜଣ, ଢେଙ୍କାନାଳ ଜିଲ୍ଲାରୁ ୫୬ଜଣ, ଗଜପତି ଜିଲ୍ଲାରୁ ୯ଜଣ, ଗଞ୍ଜାମ ଜିଲ୍ଲାରୁ ୧୦୭ଜଣ, ଜଗତସିଂହପୁର ଜିଲ୍ଲାରୁ ୭୯ଜଣ, ଯାଜପୁର ଜିଲ୍ଲାରୁ ୧୨୭ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୮୦ଜଣ, କଳାହାଣ୍ଡି ଜିଲ୍ଲାରୁ ୨୭ଜଣ, କନ୍ଧମାଳ ଜିଲ୍ଲାରୁ ୪୪ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୮୫ଜଣ, କେନ୍ଦୁଝର ଜିଲ୍ଲାରୁ ୮୦ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୭୨୨ଜଣ, କୋରାପୁଟ ଜିଲ୍ଲାରୁ ୯୩ଜଣ, ମାଲକାନଗିରି ଜିଲ୍ଲାରୁ ୫୫ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୩୬୫ଜଣ, ନବରଙ୍ଗପୁର ଜିଲ୍ଲାରୁ ୪୬ଜଣ, ନୟାଗଡ ଜିଲ୍ଲାରୁ ୧୦୦ଜଣ, ନୂଆପଡ଼ା ଜିଲ୍ଲାରୁ ୪୯ଜଣ, ପୁରୀ ଜିଲ୍ଲାରୁ ୧୫୭ଜଣ, ରାୟଗଡ଼ା ଜିଲ୍ଲାରୁ ୧୧୧ଜଣ, ସମ୍ବଲପୁର ଜିଲ୍ଲାରୁ ୬୮ଜଣ, ସୋନପୁର ଜିଲ୍ଲାରୁ ୫୦ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୯୫ଜଣ ଚିହ୍ନଟ ହୋଇଛନ୍ତି ।

Comments are closed.