ଭୁବନେଶ୍ୱରରୁ ଆଉ ୨୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରୁ ମଙ୍ଗଳବାର ଆଉ ୨୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୬ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୮୪ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ୧୨୩ଜଣ ଆରୋଗ୍ୟ ଲାଭ କରିଛନ୍ତି। ସେହିପରି ଭୁବନେଶ୍ୱରରେ ମୋଟ ୫୭୦୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୩୬୯୦ଜଣ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି। ରାଜଧାନୀରେ ଏପର୍ଯ୍ୟନ୍ତ ୨୮ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୯୮୩ଟି ସକ୍ରିୟ କେସ୍ ରହିଥିବା ନେଇ ଭୁବନେଶ୍ବର ମହାନଗର ନିଗମ(ବିଏମସି) ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.