ରାଜ୍ୟରେ ସୁସ୍ଥ ହେଲେ ଆଉ ୫୮୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ସୋମବାର ଆଉ ୫୮୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟ ଲାଭ କରିଥିବା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୭୩୭୩ରେ ପହଞ୍ଚିଛି । ଆଜି ଗଞ୍ଜାମ ଜିଲାରୁ ସର୍ବାଧିକ ୧୬୦ ଜଣ ସୁସ୍ଥ ହୋଇଛନ୍ତି।

ସେହିଭଳି ଖୋର୍ଦ୍ଧାରୁ ୭୭, ଗଜପତିର ୪୩, କଟକର ୩୪, ମାଲକାନଗିରିର ୩୨, ବରଗଡର ୨୫, ଭଦ୍ରକର ୨୩, କେଉଁଝରର ୧୯, ଅନୁଗୋଳର ୧୭ ଓ କନ୍ଧମାଳର ୧୭ଜଣ, ଜଗତସିଂପୁର ଓ ସମ୍ବଲପୁରରୁ ୧୪ ଜଣ ଲେଖାଏଁ, ମୟୂରଭଞ୍ଜରୁ ୧୨, ରାୟଗଡାରୁ ୧୨, ସୁନ୍ଦରଗଡରୁ ୧୨, ବାଲେଶ୍ୱରରୁ ୧୦, ଝାରସୁଗୁଡାରୁ ୯, କେନ୍ଦ୍ରାପଡାରୁ ୯, ପୁରୀରୁ ୯, ଢେଙ୍କାନାଳରୁ ୮ ଜଣ, ଯାଜପୁରରୁ ୭, ବଲାଙ୍ଗୀରରୁ ୬, ବୌଦ୍ଧରୁ ୫, ଦେବଗଡରୁ ୩, ନବରଙ୍ଗପୁରରୁ ୨, କୋରାପୁଟ ଓ ନୟାଗଡରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି।

Comments are closed.