ଭୁବନେଶ୍ଵରରେ ଆଉ ୧୬୩ କରୋନା ପଜିଟିଭ ଚିହ୍ନଟ : ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨ହଜାର ନିକଟତର

ଭୁବନେଶ୍ଵର : ଭୁବନେଶ୍ଵରରେ ଆଉ ୧୬୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୧୦୪ଟି କ୍ୱାରେଣ୍ଟାଇନ୍ କେସ୍ ରହିଥିବାବେଳେ ୫୯ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ୪୬ ଜଣ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି । ରାଜଧାନୀରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯୯୧ରେ ପହଁଚିଥିବାବେଳେ ୯୦୯ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ୧୧ଜଣ ପ୍ରାଣ ହରାଇଥିବା ବେଳେ ୧୦୬୯ଟି ସକ୍ରିୟ କେସ୍ ରହିଛି । ଏନେଇ ଭୁବନେଶ୍ଵର ମହାନଗର ନିଗମ(ବିଏମସି) ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି।

Comments are closed.