ରାଜ୍ୟରେ ସୁସ୍ଥ ହେଲେ ଆଉ ୫୧୫ କରୋନା ଆକ୍ରାନ୍ତ : ଗଞ୍ଜାମ ଜିଲାରୁ ସର୍ବାଧିକ ୧୯୯

ଭୁବନେଶ୍ଵର : ରାଜ୍ୟରେ ସୁସ୍ଥ ହେଲେ ଆଉ ୫୧୫ ଜଣ କରୋନା ଆକ୍ରାନ୍ତ। ଗଞ୍ଜାମ ଜିଲାରୁ ସର୍ବାଧିକ ୧୯୯ ଜଣ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି। ଏଥିସହିତ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୨୪୫୨କୁ ବୃଦ୍ଧି ପାଇଛି।

ସେହିଭଳି ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୮୦, ଯାଜପୁରରୁ ୪୦, ସୁନ୍ଦରଗଡ଼ରୁ ୩୭, କଟକରୁ ୨୮, କେନ୍ଦୁଝରରୁ ୨୦, ଜଗତସିଂହପୁରରୁ ୧୮, ବାଲେଶ୍ଵରରୁ ୧୫, ଝାରସୁଗୁଡା ୧୩, ବରଗଡ଼ ୧୩, ମୟୁରଭଞ୍ଜରୁ ୯, ରାୟଗଡ଼ାରୁ ୯, ବଲାଙ୍ଗୀରରୁ ୮, ଭଦ୍ରକ ୭, ଗଜପତି ୬, ପୁରୀ ୬, କୋରାପୁଟରୁ ୫ ଏବଂ ଅନୁଗୁଳ ଓ କେନ୍ଦ୍ରାପଡାରୁ ଜଣେ ଲେଖାଏଁ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି।

Comments are closed.